Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସାନିଟାଇଜର-ହ୍ୟାଣ୍ଡଓ୍ଵାସ୍ ତିଆରି ବେଳେ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୨ ମୃତ

13/04/2020 at 3:51 PM

ପାଲଘର ୧୩।୦୪: ମହାରାଷ୍ଟ୍ରର ପାଲଘରରେ ସାନିଟାଇଜର ଓ ହ୍ୟାଣ୍ଡଓ୍ଵାସ୍‌ ତିଆରି କରୁଥିବା ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଛି। ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରେ ଘଟିଥିବା ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଯେଉଁ ସମୟରେ ଏହି ବିସ୍ଫୋରଣ ଘଟିଲା କମ୍ପାନୀ ଭିତରେ ୬୬ କର୍ମଚାରୀ କାମ କରୁଥିଲେ। ସଂପ୍ରତି ଘଟଣାସ୍ଥଳରେ ପହଞ୍ଚି ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି।

ପୋଲିସ୍ ଅଧିକାରୀଙ୍କ ଅନୁଯାୟୀ ପାଲଘରର ତାରାପୁରରେ ସ୍ଥିତ ଏକ କେମିକାଲ ଫ୍ୟାକ୍ଟ୍ରିରେ ସୋମବାର ବିସ୍ଫୋରଣ ଘଟିଛି। ଏହି ଫ୍ୟାକ୍ଟ୍ରି ସାନିଟାଇଜର ଓ ହ୍ୟାଣ୍ଡଓ୍ଵାସ୍ ପାଇଁ କଞ୍ଚା ମାଲ ଉତ୍ପାଦନ କରୁଥିଲେ। ଫ୍ୟାକ୍ଟ୍ରିରେ କଞ୍ଚାମାଲ ପ୍ରସ୍ତୁତି ପାଇଁ ଅଧିକାରୀଙ୍କଠୁ ଅନୁମତି ମଧ୍ୟ ନିଆଯାଇଥିଲା। କମ୍ପାନୀର ନାମ ଗ୍ୟାଲେକ୍ସି ସର୍ଫେକ୍‌ଟ୍ୟାନ୍ସ। ଫ୍ୟାକ୍ଟ୍ରିରେ ପୂର୍ବାହ୍ନ ପ୍ରାୟ ୧୧ଟା ୩୦ରେ ବିସ୍ଫୋରଣ ଘଟିବା ସହ ନିଆଁ ଲାଗି ଯାଇଥିଲା।

ସୂଚନା ମିଳିବା ପରେ ଦମକଳ ବିଭାଗର ଗାଡି ପହଞ୍ଚି  ନିଆଁକୁ ଆୟତ କରିଥିଲେ। ଏହି ବିସ୍ଫୋରଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ଆହତ ହୋଇଛନ୍ତି। ଆହତଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂପ୍ରତି ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇ ନାହିଁ। ଅଧିକାରୀ ଏହି ଘଟଣାରେ ତଦନ୍ତ ଆରମ୍ଭ କରି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପୂରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ବଢିବାରେ ଲାଗିଛି। ପ୍ରତ୍ୟେକ ଜାଗାରେ ସାନିଟାଇଜର ଓ ହ୍ୟାଣ୍ଡଓ୍ଵାସର ଚାହିଦା ଅହେତୁକ ବଢି ଯାଇଛି। ମାତ୍ର ମହାରାଷ୍ଟ୍ରରେ କରୋନା ସ୍ଥିତି ଭୟାବହ ରହିଛି। ଏଠାରେ ଏ ପର୍ଯ୍ୟନ୍ତ ୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୦ ଜଣଙ୍କ ମୃତ୍ୟୁ ଘଟିଛି।

   Related Posts