ରାଜ୍ୟ ସରକାର ହଟାଇଲେ ମଦ ନିଷେଧାଦେଶ, ମନ୍ତ୍ରୀଙ୍କ ଫଟୋରେ ଆଳତୀ କରି ଖୁସି ପ୍ରକଟ କଲେ ବାର ମାଲିକ

Published By : Prameya-News7 Bureau | July 10, 2021 IST

ମହାରାଷ୍ଟ୍ର ୧୦/୦୭: ମନ୍ତ୍ରୀଙ୍କୁ ନିଆରା ଢଙ୍ଗରେ କୃତଜ୍ଞତା ଜଣାଇଲେ ବାର ମାଲିକ । ମନ୍ତ୍ରୀଙ୍କ ଫଟୋରେ ଆଲତୀ କରି ଜଣାଇଛନ୍ତି ଧନ୍ୟବାଦ । ମାହାରାଷ୍ଟ୍ରର ଚନ୍ଦ୍ରପୁରରରୁ ନଜର ଆସିଛି ଏପରି ଘଟଣା । ରାଜ୍ୟ ସରକାର ମଦ ଉପରେ ନିଷେଧାଦେଶ ହଟାଇବା ପରେ ବାର ଓ ରେଷ୍ଟୁରାଣ୍ଟ ମାଲିକ ନିଆରା ଢଙ୍ଗରେ ଧନ୍ୟବାଦ ଜଣାଇଛନ୍ତି ।

wp:html /wp:html

କାନ୍ଥରେ ମନ୍ତ୍ରୀ ବିଜୟ ୱାଡେଟିୱାରଙ୍କ ଫଟୋ ଟାଙ୍ଗି ଧୂପ ଦୀପ ଦେଇ କରିଛନ୍ତି ଆଳତୀ । ଆହୁରି ପୂଜା କରିବା ସହ ବାର ମାଲିକ କହିଥିଲେ ଆମପ ଆମ ପାଇଁ ଭଗବାନ । ଯିଏ ଆମକୁ ରୋଜଗାର ଯୋଗାଇଛନ୍ତି ତାଙ୍କୁ ଅଶେଷ ଧନ୍ୟାବଦ । ସେ ହେଉଛନ୍ତି ଆମର ପରମେଶ୍ୱର । ସୂଚନାଥାଉକି, ଗତ କିଛିଦିନ ତଳେ ୬ ବର୍ଷ ପୂର୍ବେ ଲାଗୁ ହୋଇଥିବା ମଦ ଉପରେ କଟକଣା ହଟାଇଥିଲେ ରାଜ୍ୟ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.