ନାବାଳିକାକୁ ବାରମ୍ବାର ଦୁଷ୍କର୍ମ, ଗର୍ଭବତୀ ହେବାପରେ ଆତ୍ମହତ୍ୟା କଲେ ପୀଡିତା ; ବଢୁଛି ଦୁଷ୍କର୍ମ ମାମଲା, ଉଦ୍ଧବ ସରକାର ଚୁପ୍‌

Published By : Prameya-News7 Bureau | September 11, 2021 IST

ଲକ୍ଷ୍ନୌ ୧୧/୦୯ : ମହାରାଷ୍ଟ୍ରରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ଦିନ ଦ୍ବିପ୍ରହରେ ଅପରାଧୀ ଭିଆଉଛନ୍ତି ଜଘନ୍ୟ କାଣ୍ଡ । ମହାରାଷ୍ଟ୍ରର ସାକିନାକାରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ପ୍ରାଇଭେଟ୍‌ ପାର୍ଟରେ ରଡ୍‌ ଭର୍ତ୍ତି କରିଦେବା ଏବଂ ପରେ ପୀଡିତାଙ୍କ ମୃତ୍ୟୁହେବା ଖବର ମନରୁ ନଲିଭୁଣୁ ଆଉ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ଅମରାବତୀରେ ଜଣେ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରାଯିବା ପରେ ପୀଡିତା ଜଣକ ଗର୍ଭବତୀ ହୋଇଥିଲେ । ଏହା ଜଣାପଡିବା ପରେ ଲୋକ ଲଜ୍ଜା ଭୟରେ ପୀଡିତା ନାବାଳିକାଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଯାହାକୁ ନେଇ ଏବେ ମହାରାଷ୍ଟ୍ରରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳୁଛି ।

ଘଟଣାରେ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହିତ ଆସନ୍ତା ୧୫ ତାରିଖ ଯାଏଁ ରିମାଣ୍ଡରେ ନେଇଛି । ପୋଲିସ ସୂଚନା ମୁତାବକ ଅଭିଯୁକ୍ତଜଣକ ନାବାଳିକାଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରିଛି । ୧୫ ବର୍ଷୀୟା ନାବାଳିକାଜଣକ ଗର୍ଭବତୀ ମଧ୍ୟ ହୋଇଥିଲେ । ଏହା ପରେ ଲୋକ ଲଜ୍ଜା ଭୟରେ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି ।  

ସୂଚନାଯୋଗ୍ୟ, ମୁମ୍ୱାଇ ସାକିନାକା ଅଞ୍ଚଳରେ ନିର୍ଭୟା କେସର ପୁନରାବୃତ୍ତି ଘଟିଥିଲା । ଜଣେ ୩୨ ବର୍ଷର ମହିଳାକୁ ବଳାତ୍କାର କରାଯିବା ସହ ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ଆକ୍ରମଣ କରାଯାଇଥିଲା । ମୃତ୍ୟୁ ସହ ସଂଗ୍ରାମ କରି କରି ବଳାତ୍କାର ପୀଡିତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ରାଜୱାଡି ଡାକ୍ତରଖାନାରେ ଚିକିତ୍ସା ସମୟରେ ପୀଡିତାଙ୍କ ମୃତ୍ୟୁ ।

ସୂଚନା ଅଛି କି, ଘଟଣା ପରେ ପୀଡିତାଙ୍କ ବହୁ ପରିମାଣରେ ରକ୍ତସ୍ରାବ ହୋଇଥିଲା । ଏତେ ମାତ୍ରାରେ ରକ୍ତ ଅଭାବରୁ ତାଙ୍କର ମୃତ୍ୟୁ ହୋଇଛି । ଏହି ମାମଲାରେ ଏପର୍ଯ୍ୟନ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କୁହାଯାଉଛି ଯେ ଏହି ମହିଳାଙ୍କୁ ସାକିନାକାରେ ଏକ ଟେମ୍ପୋ ଭିତରେ ଗଣ ବଳାତ୍କାର କରାଯାଇଥିଲା । ପୋଲିସ କଣ୍ଟ୍ରୋଲ ରୁମକୁ ଶୁକ୍ରବାର ଦିନ ଏକ କଲ ଆସିଥିଲା ​​ଯେ ଜଣେ ବ୍ୟକ୍ତି ଖୌରାନୀ ରୋଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରିଛି ।

ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା । ମହିଳାଙ୍କୁ ମ୍ୟୁନିସିପାଲିଟି କର୍ପୋରେସନ୍ ପରିଚାଳିତ ରାଜୱାଡି ଡାକ୍ତରଖାନାକୁ ନିଆଯାଇଥିଲା । ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ତାଙ୍କୁ ବଳାତ୍କାର କରାଯାଇ ତାଙ୍କ ବ୍ୟକ୍ତିଗତ ଅଂଶରେ ଲୁହା ରଡରେ ଆକ୍ରମଣ କରାଯାଇଥିଲା । ରାସ୍ତା ପାର୍ଶ୍ୱରେ ପାର୍କିଂ ହୋଇଥିବା ଏକ ଟେମ୍ପୋ ଭିତରେ ଏହି ଘଟଣା ଘଟିଛି ।

ଅଧିକାରୀ କହିଛନ୍ତି ଯେ ଗାଡି ଭିତରେ ରକ୍ତ ଦାଗ ମଧ୍ୟ ଦେଖିବାକୁ ମିଳିଛି । କିଛି ସୁରାକ ପାଇଁ ଜଣେ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା 307 (ହତ୍ୟା ଉଦ୍ୟମ) ଏବଂ 376 (ବଳାତ୍କାର) ଅନୁଯାୟୀ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.