Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଧ୍ୟ ପ୍ରଦେଶ ପରେ ବିଜେପିର ନୂଆ ମିଶନ ହୋଇପାରେ ‘ମହାରାଷ୍ଟ୍ର’

28/05/2020 at 1:02 PM

ନୂଆଦିଲ୍ଲୀ ୨୮/୦୫ : କରୋନା ମହାମାରୀ ଯୋଗୁଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି | କରୋନା ପରେ ଏବେ ପୁଣି ମହାରାଷ୍ଟ୍ରରେ ରାଜନୀତି ମଧ୍ୟ ଜୋର ଧରିଛି | ରାଜ୍ୟରେ ଉଦ୍ଧବ ଠାକରେଙ୍କ ମେଣ୍ଟ ସରକାରଙ୍କ ଆନ୍ତଃପ୍ରତିବାଦ ଦିନକୁ ଦିନ ଗଭୀର ହେବାକୁ ଲାଗିଛି | ବିଜେପି ସରକାର ଏହି ମଉକାର ଫାଇଦା ଉଠାଇବାକୁ ଲାଗିଯାଇଛି | ବିଜେପି ସିଧାସଳଖ ଭାବେ ସାମ୍ନାକୁ ଆସିନି କିନ୍ତୁ ବିଜେପିର କିଛି ନେତା ଅନ୍ୟ ଦଳରେ ଫାଟ ସୃଷ୍ଟି କରିବାକୁ ରାସ୍ତା ଖୋଜୁଛନ୍ତି | ଏନେଇ ଦଳ ସଫଳତା ହାସଲ କରିବ ବୋଲି ଆଶାବାଦୀ |

ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରି ଶାସନକୁ ଆସିଥିବା ବିଜେପି ପାଇଁ ମହାରାଷ୍ଟ୍ର ନୂଆ ମିଶନ ହୋଇପାରେ | ରାଜ୍ୟରେ ଶିବସେନା ନେତୃତ୍ୱାଧୀନ ସଂଗଠନରେ ଏନସିପି ଏବଂ କଂଗ୍ରେସ ସାମିଲ ହୋଇଛି | କିନ୍ତୁ କରୋନା ମୁକାବିଲାକୁ ନେଇ ସରକାରଙ୍କ ସମ୍ମୁଖରେ ଅନେକ ପ୍ରଶ୍ନ ଛିଡା ହୋଇଛି | ଯାହାଫଳରେ ଦଳ ମଧ୍ୟରେ ମତଭେଦ ଦେଖାଦେଇଛି | କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିନେ ପୂର୍ବରୁ କହିଥିଲେ ଯେ, କଂଗ୍ରେସ ମହାରାଷ୍ଟ୍ରରେ ନିର୍ଣ୍ଣୟ ପ୍ରକ୍ରିୟାରେ ଭାଗିଦାର ନୁହେଁ କିନ୍ତୁ ଯେତେବେଳେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା ସେତେବେଳେ ସେ ଏ ପ୍ରସଙ୍ଗରେ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିଥିଲେ | ଏହାପରେ ଉଦ୍ଧବ ଠାକରେ ସମସ୍ତ ସହଯୋଗୀ ଦଳଙ୍କ ସହ ବୈଠକ କରିଥଲେ |

ମହାରାଷ୍ଟ୍ରରେ ବିଜେପିକୁ ଲାଗିଥିବା ଝଟକା ଏବେ ଯାଏଁ ହଜମ ହୋଇନି | ସେଥିପାଇଁ ସେ କୌଣସି ପ୍ରକାରେ ମହାରାଷ୍ଟ୍ରରେ ନିଜ ସରକାର ଗଠନ ପାଇଁ ସମ୍ଭାବ୍ୟ ରାସ୍ତା ଖୋଜୁଛି | ଏଥିପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରୁଛି ବିଜେପି | ନେତା ଶରଦ ପୱାରଙ୍କ ରଣନୀତି ପୂର୍ବଭଳି ରହିଛି | ଏଭଳି ସ୍ଥିତିରେ ବିଜେପି ମରାଠା କାର୍ଡ ଖେଳିପାରେ ବୋଲି ଆଶଙ୍କା କରାଯାଉଛି | ମରାଠା ନେତୃତ୍ୱ ନାଁରେ ବିଜେପି ନେତା ନାରାୟଣ ରାଣେ ସାମ୍ନାକୁ ଆସି ପାରନ୍ତି | କିନ୍ତୁ ଅଙ୍କଗଣିତରୁ ସେ ବହୁ ଦୂରରେ ରହିଛନ୍ତି | ସେଠାରେ ବିଜେପିକୁ ୩ ବିରୋଧୀ ଦଳ ମଧ୍ୟରୁ ଯେକୌଣସି ଗୋଟିଏ ଦଳ ସହ ମେଣ୍ଟ କରିବାକୁ ହେବ | କିମ୍ବା ସବୁ ଦଳକୁ ଭାଙ୍ଗିବାକୁ ହେବ | କିନ୍ତୁ ମହାରାଷ୍ଟ୍ରରେ ଏସବୁ ଏତେ ସହଜ ମଧ୍ୟ ନୁହେଁ |

ଶାସନାଧୀନ ମେଣ୍ଟରେ ଅସନ୍ତୋଷ ଦେଖାଦେଇଛି ଯେଉଁଥିପାଇଁ ବିଜେପି ଆଶାବାଦୀ ରହିଛି | ସୂତ୍ର ଅନୁଯାୟୀ, ବିଜେପି ଏହି ମାମଲାରେ କୌଣସି ଭୁଲ କରିବାକୁ ଚାହୁଁନି | ସେ ପ୍ରଥମ ସବୁ ଦଳର ଅସନ୍ତୁଷ୍ଟ ନେତାମାନଙ୍କୁ ଚିହ୍ନଟ କରିବ | ଯେପରିକି ଅଝଟ ପୱାରଙ୍କ ଭଳି ଝଟକା ବିଜେପିକୁ ପୁଣିଥରେ ନ ଲାଗିବ | ସେଥିପାଇଁ ଏଥର ଯେତେ ସମୟ ଲାଗିଲେ ବି ବିଜେପି ଧୀର ଗତିରେ ବଢିବ, ବୁଝି ବିଚାରି ପଦକ୍ଷେପ ନେବ | ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ମଧ୍ୟ ମହାରାଷ୍ଟ୍ରରେ କୌଣସି ବଡ ପରିବର୍ତ୍ତନ ପାଇଁ ଯୋଜନାବଦ୍ଧ ନୁହନ୍ତି | କିନ୍ତୁ ମେଣ୍ଟକୁ ଅସ୍ଥିର କରିବାରେ ସେ କୌଣସି ମଉକା ଛାଡିବ ନାହିଁ |

   Related Posts