ମହାରାଷ୍ଟ୍ରରେ ଏକ ଲକ୍ଷ ମୁହାଁ କରୋନାଜନୀତ ମୃତ୍ୟୁ, ମାତ୍ର ୭ଟି ଦେଶ ଅତିକ୍ରମ କରିଛନ୍ତି ଏହି ଗ୍ରାଫ

Published By : Prameya-News7 Bureau | June 06, 2021 IST

ମୁମ୍ବାଇ ୦୬/ ୦୬ : ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଦ୍ରୁତ ଗତିରେ ଖସୁଛି । ଦ୍ବିତୀୟ ଲହରରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ବର୍ତ୍ତମାନ ମହାରାଷ୍ଟ୍ର ଦେଶର ଏପରି ଏକ ରାଜ୍ୟ ହୋଇଯାଇଛି ଯେଉଁଠାରେ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ପାର ହେବାକୁ ଯାଉଛି । ତେବେ ଚିନ୍ତାଜନକ ବିଷୟ ହେଉଛି, ବିଶ୍ବର କେବଳ ୭ଟି ଦେଶରେ କରୋନା ଜନୀତ ମୃତ୍ୟୁ ସଂଖ୍ୟା ଲକ୍ଷେ ପାର କରିଛି ।
ରବିବାର ଆସିବାକୁ ଥିବା ରିପୋର୍ଟ ପରେ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଲକ୍ଷେ ଟପିପାରେ । ଶନିବାର ଦିନ ମହାରାଷ୍ଟ୍ରରେ ୧୩ ହଜାର ୬୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଯାହାକି ମାର୍ଚ୍ଚ ୧୦ ତାରିଖ ପରେ ସବୁଠାରୁ କମ । ଏହା ସହିତ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ସରକାରୀ ତଥ୍ୟ ଅନୁଯାୟୀ କେବଳ ମହାରାଷ୍ଟ୍ରରେ ୯୯ ହଜାର ୫୧୨ ଜଣଙ୍କର ମୃତ୍ୟୁ ଘଟିସାରିଲାଣି ।

ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୮ ଲକ୍ଷ ୧୯ ହଜାର ୨୨୪ ରହିଥିବା ବେଳେ ମୃତକଙ୍କ ସଂଖ୍ୟା ୯୯ ହଜାର ୫୧୨ ରହିଛି । ଲଗାତାର ୬ଷ୍ଠ ଦିନ ପାଇଁ ରାଜ୍ୟରେ ୨୦ ହଜାର ତଳେ ରହିଛି ନୂଆ ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ୧,୮୮୧୦୨୭ ଜଣଙ୍କର ଚିକିତ୍ସା ଜାରି ରହିଛି । ସେହିଭଳି ମୁମ୍ବାଇରେ ୨୪ ଘଣ୍ଟା ମଧ୍ୟରେ ୮୬୩ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୨୯ ଜଣଙ୍କର ମୃତ୍ୟୁ ଘଟିଛି ।

ଦେଶର ମୋଟ ମୃତ୍ୟୁ ସଂଖ୍ୟା ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ରହିଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ସାରା ଦେଶର ମୃତ୍ୟୁ ସଂଖ୍ୟାର ୨୯ ପ୍ରତିଶତ । ତଥ୍ୟ ଅନୁଯାୟୀ ଶନିବାର ସୁଦ୍ଧା ସାରା ଦେଶରେ କରୋନାଜନୀତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୬ ହଜାରରୁ ଅଧିକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.