Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ଅନିଲ କପୁର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହାନ୍ତି ସୋଶିଆଲ ମିଡିଆ ୟୁଜର : ଏପରି ଜବାବ ଦେଲେ ଅନିଲ

31/10/2019 at 4:21 PM

ମୁମ୍ବାଇ ୩୧/୧୦: ମହାରାଷ୍ଟ୍ରରେ କିଏ ମୁଖ୍ୟମନ୍ତ୍ରୀ ହେବେ ଏହାକୁ ନେଇ ଗତ ସପ୍ତାହରୁ ଟଣାଓଟରା ଚାଲିଛି। ବିଜେପି ଏବଂ ଶିବସେନା ଉଭୟ ଦଳର ନେତା ନିଜର ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି। ଦୁଇ ଦଳ ମଧ୍ୟସ୍ଥିଙ୍କ ଜରିଆରେ ସବୁବେଳେ ସମ୍ପର୍କରେ ରହିଛନ୍ତି। ବିଜେପି ସିଧାସଳଖ କହି ଦେଇଛି ଯେ ସେ କୌଣସି ପରିସ୍ଥିତିରେ କାର୍ଯ୍ୟକାଳ ବିଭାଜନ ଏବଂ ମୁଖ୍ୟମନ୍ତ୍ରୀ ପଦର ଦାବି ମାନିବ ନାହିଁ। ଏହାକୁ ଆଖି ଆଗରେ ଉଭୟ ପଟୁ ମଧ୍ୟସ୍ଥିରେ ଲାଗିଥିବା ନେତା ସମ୍ମାନଜନକ ରାସ୍ତା ବାହାର କରିବାକୁ ଉଦ୍ୟମ କରୁଛନ୍ତି, କିନ୍ତୁ ଏବେ ଯାଏଁ ଏହା ସ୍ଥିର ହୋଇପାରି ନାହିଁ ଯେ ଏଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ହେବେ ? ଏପରି ପରିସ୍ଥିତିରେ ଅଭିନେତା ଅନିଲ କପୁରଙ୍କୁ ‘ମୁଖ୍ୟମନ୍ତ୍ରୀ’ କରିବାର ଦାବି ତେଜି ଉଠିଛି।

ବାସ୍ତବରେ ବିଜେପି ଏବଂ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ନିଷ୍ପତ୍ତି ନ ନିଆଯିବା ପର୍ଯ୍ୟନ୍ତ ବିଜୟ ଗୁପ୍ତା ନାମକ ଜଣେ ଟ୍ବିଟର ହ୍ୟାଣ୍ଡଲ୍ର ମହାରାଷ୍ଟ୍ରର ରାଜନୈତିକ ସ୍ଥିତି ଉପରେ କଟାକ୍ଷ କରି ଟ୍ବିଟରେ ଲେଖିଛନ୍ତି ଯେ ଯେବେ​ ଯାଏଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ସ୍ଥିର ହୋଇନାହାନ୍ତି ସେବେ ଯାଏଁ ଅଭିନେତା ଅନିଲ କପୁରଙ୍କୁ ମୁଖ୍ୟମନ୍ତ୍ରୀ କରିଦେବା ଉଚିତ୍।’

 ବିଜୟ ଗୁପ୍ତା ଲେଖିଛନ୍ତି,‘ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଯେ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇପାରୁ ନାହିଁ ସେତେବେଳ ଯାଏଁ ଅନିଲ କପୁରଙ୍କୁ ମୁଖ୍ୟମନ୍ତ୍ରୀ କରି ଦେଖିବା ଉଚିତ୍। ପରଦାରେ ତାଙ୍କ ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳକୁ ପୂରା ଦେଶ ଦେଖିଛି  । ତାଙ୍କ ଭୂମିକାକୁ ମଧ୍ୟ ଅନେକ ପ୍ରଶଂସା ମିଳିଛି। ଦେବେନ୍ଦ୍ର ଫଡନାଭିସ୍ ଏବଂ ଉଦ୍ଧବ ଠାକରେ କ‘ଣ ଭାବୁଛନ୍ତି? ବିଜୟ ନିଜ ଟ୍ବିଟରେ ଅନିଲ କପୁରଙ୍କ ଫିଲ୍ମ ‘ନାୟକ’ର ଫଟୋ ସେୟାର କରିଛନ୍ତି।

ମହାରାଷ୍ଟ୍ରର ରାଜନୈତିକ ସ୍ଥିତି ଉପରେ କରାଯାଇଥିବା ଏହି କଟାକ୍ଷ ସୋଶିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି। କେତେକ ୟୁଜର ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। କେବଳ ଏତିକି ନୁହେଁ ଅଭିନେତା ଅନିଲ କପୁର ମଧ୍ୟ ଏହି ଟ୍ବିଟରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଅନିଲ କପୁର ଲେଖିଛନ୍ତି-‘ ମୁଁ ନାୟକ ହିଁ ଠିକ୍ ଅଛି।’ ଅନିଲ କପୁରଙ୍କ ଫ୍ୟାନ୍ ତାଙ୍କ ପ୍ରତିକ୍ରିୟା ଉପରେ ନିଜର ରାୟ ଦେଉଛନ୍ତି।

ଅନିଲ କପୁରଙ୍କ ଫିଲ୍ମ ‘ନାୟକ’ ୨୦୦୧ମସିହାରେ ରିଲିଜ ହୋଇଥିଲା। ରାଜନୈତିକ ଡ୍ରାମାରେ ଭରପୂର ଏହି ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଫିଲ୍ମରେ ଅନିଲ କପୁରଙ୍କ ଭୂମିକାର ନାଁ ଶିବାଜୀ ରାଓ ଥିଲା ଏବଂ ଏହି ଫିଲ୍ମରେ ସେ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବାର ଭୂମିକା ନିର୍ବାହ କରିଥିଲେ। ଏହି ଫିଲ୍ମରେ ଅନିଲ କପୁରଙ୍କ ସହ ରାଣୀ ମୁଖାର୍ଜୀ,ଅମରୀଶ ପୁରୀ,ସୌରଭ ଶୁକ୍ଳା ଏବଂ ଜନି ଲିଭର ଭଳି କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମର ନିର୍ଦେଶକ ଥିଲେ ଏସ୍ ଶଙ୍କର।

ଅନିଲ କପୁରଙ୍କ ଆଗାମୀ ଫିଲ୍ମ ହେଉଛି ‘ପାଗଲପନ୍ତୀ’। ଏହି ଫିଲ୍ମରେ ଅନିଲଙ୍କ ସହ ଜନ୍ ଆବ୍ରାହମ୍,ଇଲିୟାନା ଡିକ୍ରୃଜ,ଅରଶଦ ଓ୍ବାରସି,ଊର୍ବଶୀ ରୌତେଲା ,ସୌରଭ ଶୁକ୍ଳା, ପୁଲକିତ ସମ୍ରାଟ ଏବଂ କୀର୍ତ୍ତି ଖରବନ୍ଦା ଆଦି ନଜର ଆସିବେ।

   Related Posts