Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

ମହାରାଷ୍ଟ୍ରରେ କରୋନା ବିସ୍ଫୋରଣ: ଓ୍ଵିକେଣ୍ଡ୍‌ ଲକ୍‌ଡାଉନ୍ ଲାଗୁ, ହୋଟେଲ୍, ମଲ, ଥିଏଟର୍ସ ବନ୍ଦ…

4/04/2021 at 6:50 PM

ମୁମ୍ବାଇ ୪/୪: ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ। ସରକାର ଲକ୍‌ଡାଉନ୍‌ ଲଗାଇପାରନ୍ତି ବୋଲି ସବୁ ବେଳେ ଚର୍ଚ୍ଚା  ହେଉଛି। କିନ୍ତୁ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିବା ସପକ୍ଷରେ ଉଦ୍ଧବ ଠାକରେଙ୍କ ସରକାର ନାହାନ୍ତି ବୋଲି ଜଣାପଡ଼ିଛି। ରବିବାର ବୈଠକ ପରେ ମୁଖ୍ୟମନ୍ତ୍ରୀ ମହାରାଷ୍ଟ୍ରରେ ସପ୍ତାହନ୍ତ ଲକ୍‌ଡାଉନ୍‌ କରିବାକୁ ନିର୍ଦେଶ ଦେଇଛନ୍ତି। ରବିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମନ୍ତ୍ରୀମଣ୍ଡଳର ବୈଠକ ଡାକିଥିଲେ। ଏହି ବୈଠକରେ ସମ୍ପୂର୍ଣ୍ଣ ଲକଡାଉନ୍‌ ନେଇ ଦାବି ହୋଇଥିଲେ ମଧ୍ୟ ମନ୍ତ୍ରୀମଣ୍ଡଳ ଅସ୍ବିକାର କରିଥିଲା।

ଏହା ପରେ ରାଜ୍ୟରେ କେବଳ ଶନିବାର ଏବଂ ରବିବାର ଲକ୍‌ଡାଉନ୍‌ ହେବା ନେଇ ନିଷ୍ପତ୍ତି ହୋଇଛି। ଏନସିପି ନେତା ନବାବ ମଲିକ ଏହି ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ରାତି ୮ରୁ କର୍ଫ୍ୟୁ ଲାଗୁ ରହିବ। ଫିଲ୍ମର ସୁଟିଂ ଉପରେ ରୋକ ଲାଗିଥିବା ବେଳେ ଥିଏଟର ବନ୍ଦ ରହିବ। ରାତିରେ କେବଳ ଅତ୍ୟାବଶ୍ୟକ ସେବା  ଜାର ରହିବ। ସେପଟେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର  କହିଛନ୍ତି ପୁଣେରେ ଲାଗିଥିବା କଟକଣା ଭଳି କିଛି ନିଷ୍ପତ୍ତି ନିଆଯାଇପାରେ ।

ଏନେଇ ଆଜି ରାତିରେ ବିସ୍ତୃତ ସୂଚନା ଦିଆଯିବ ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅସଲମ ଶେଖ ବୈଠକ ପରେ କହିଛନ୍ତି, ଥିଏଟର, ରେଷ୍ଟୁରାଣ୍ଟ, ମଲ ଏବଂ ବାର ସମ୍ପୂର୍ଣ୍ଣ ବନ୍ଦ ରହିବ। ହୋଟେଲରେ ବସି ଖାଇବାକୁ ଅନୁମତି ନଥିବା ବେଳେ କେବଳ ଖାଦ୍ୟ ପାର୍ସଲ ହୋଇପାରିବ।

ସେହିଭଳି ଯେଉଁ ଫିଲ୍ମ ଏବଂ ସିରିୟଲରେ ଅଧିୟକ କଳାକାରରର ଆବଶ୍ୟକତା ରହିଛି ସେ ସବୁ ଫିଲ୍ମ କିମ୍ବା ସିରିୟଲର ସୁଟିଂ ହୋଇପାରିବ ନାହିଁ। ସେପଟେ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନକହିବା ଭଲ। ଗତକାଲି ୪୯,୪୪୭ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୨୭୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

   Related Posts