Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ମନ୍ତ୍ରୀଙ୍କ ୧୪ କର୍ମଚାରୀ କରୋନା ପଜିଟିଭ, କ୍ବାରେଣ୍ଟାଇନରେ ଗଲେ ଜିତେନ୍ଦ୍ର ଅହ୍ବାଡ

14/04/2020 at 7:42 AM

ମୁମ୍ବାଇ ୧୪।୪: ମହାରାଷ୍ଟ୍ର ସରକାରଙ୍କ ହାଉସିଂ ମନ୍ତ୍ରୀ ଜିତେନ୍ଦ୍ର ଅହ୍ବାଡଙ୍କ ୧୪ଜଣ ବ୍ୟକ୍ତିଗତ କର୍ମଚାରୀ କରୋନା ପଜିଟିଭ ବୋଲି ଜଣାପଡିଛି । ଏହି ୧୪ ଜଣ କର୍ମଚାରୀଙ୍କ ମଧ୍ୟରୁ ୫ ଜଣ ପୋଲିସ କନଷ୍ଟେବଳ ଅଛନ୍ତି ଯିଏ ତାଙ୍କ ସୁରକ୍ଷା ସୁରକ୍ଷା ଦାୟତ୍ବରେ ଥିଲେ । ଅନ୍ୟ ୯ ଜଣଙ୍କ ମଧ୍ୟରେ ବ୍ୟକ୍ତିଗତ କର୍ମଚାରୀ, ଘରର ଚାକର ଏବଂ ପାର୍ଟୀ କାର୍ଯ୍ୟକର୍ତ୍ତା ସାମିଲ ଅଛନ୍ତି । ସେମାନଙ୍କର କରୋନା ପରୀକ୍ଷା ଫଳାଫଳ କିଛି ସମୟ ପୂର୍ବରୁ ଆସିଥିବା ଜଣାପଡିଛି । ମନ୍ତ୍ରୀ ଜିତେନ୍ଦ୍ର ଅହ୍ବାଡ ନିଜେ କ୍ବାରେଣ୍ଟାଇନ୍ ହୋଇଯାଇଛନ୍ତି ।

ଏନସିପି ନେତା ଜିତେନ୍ଦ୍ର ଅହ୍ବାଡ ସୋମବାର ସୂଚନା ଦେଇଥିଲେ ଯେ, ସେ ଏମିତି ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ଯାହାର କରୋନା ରିପୋର୍ଟ ପଜିଟିଭ ଆସିଛି ବୋଲି ଜଣାପଡିଛି । ଏହାପରେ ସେ କ୍ବାରେଣ୍ଟାଇନ୍ ରେ ଯିବାକୁ ଘୋଷଣା କରିଥିଲେ ।

ଏଭିତରେ ତାଙ୍କର ଅନେକ ବ୍ୟକ୍ତିଗତ କର୍ମଚାରୀଙ୍କର ମଧ୍ୟ କରୋନା ପରୀକ୍ଷା ରିପୋର୍ଟ  ପଜିଟିଭ୍ ଆସିଛି । ସେମାନଙ୍କ ମଧ୍ୟରୁ ଅନେକ ତାଙ୍କ ବଙ୍ଗଳାରେ କାମ କରନ୍ତି । ଜିତେନ୍ଦ୍ର ଅହ୍ବାଡ ଥାନେ ଜିଲ୍ଲାର କଲୱା-ମୁମ୍ବ୍ରା ବିଧାନସଭାକୁ ପ୍ରତିନିଧିତ୍ବ କରୁଛନ୍ତି । ଗତ କିଛି ସପ୍ତାହ ମଧ୍ୟରେ ଏହି ଅଞ୍ଚଳର ଅନେକ ଲୋକ କରୋନା ପଜିଟିଭ ବୋଲି ଜଣାପଡିଛି ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ ଯେ ଜିତେନ୍ଦ୍ର ଅହ୍ବାଡ ନିକଟରେ ଜଣେ ପୋଲିସ ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିଲେ, ପରେ ଅଧିକାରୀ ଜଣଙ୍କ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ଏହାପରେ ମନ୍ତ୍ରୀ ଜିତେନ୍ଦ୍ର ଅହ୍ବାଡ କିଛି ଦିନ ପାଇଁ ନିଜେ କ୍ବାରେଣ୍ଟାଇନରେ ଯିବାକୁ ଘୋଷଣା କରିଛନ୍ତି ।

କରୋନା ଯୋଗୁଁ କ୍ବାରେଣ୍ଟାଇନରେ ଯାଇଥିବା ରାଜ୍ୟର ସେ ପ୍ରଥମ ମନ୍ତ୍ରୀ । ସେ ତାଙ୍କ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଲକ୍ ଡାଉନ୍ ରେ ଘରେ ରହିବାକୁ ଅନୁରୋଧ କରିଛନ୍ତି । ମହାରାଷ୍ଟ୍ର କରୋନା ଭାଇରସ୍ ଦ୍ବାରା ଅଧିକ ପ୍ରଭାବିତ ହୋଇଛି । ସୋମବାର ଦିନ ମହାରାଷ୍ଟ୍ରରେ ୩୫୨ ଜଣ ନୂଆ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଫଳରେ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୩୩୪କୁ ବୃଦ୍ଧି ପାଇଛି ।

   Related Posts