Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ମହାରାଷ୍ଟ୍ରରେ ଛପି ରହିଥିଲେ ନିଜାମୁଦ୍ଦିନ ଫେରନ୍ତା ୫୮ ଜମାତି, ୪୦ ଜଣଙ୍କୁ ଠାବ କଲା ପୋଲିସ୍, ବାକି ରହିଲେ ୧୮

13/04/2020 at 3:04 PM

ମୁମ୍ବାଇ ୧୩।୦୪: ମହାରାଷ୍ଟ୍ରର ସ୍ଵରାଷ୍ଟ୍ର ମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ମହାରାଷ୍ଟ୍ରରେ ନିଖୋଜ ତବଲିଗି ଜମାତର ୫୮ ସଦସ୍ୟଙ୍କ ମଧ୍ୟରୁ ୪୦ ଜଣଙ୍କୁ  ଠାବ କରି ସେମାନଙ୍କୁ ପୃଥକ ବାସରେ ରଖାଯାଇଛି। ଏହି ୫୮ ଜଣ ଗତ ମାସରେ ଦିଲ୍ଲୀର ନିଜାମୁଦ୍ଦିନରେ ଜମାତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଇସଲାମିକ ସଂଗଠନର ବାକି ୧୮ ସଦସ୍ୟ ଏବେ ମଧ୍ୟ ନିଖୋଜ ଅଛନ୍ତି ଏବଂ ସେମାନଙ୍କୁ ଖୋଜିବାକୁ ଚେଷ୍ଟା କରାଯାଉଛି। ଗତ ସପ୍ତାହ ପର୍ଯ୍ୟନ୍ତ ଏହି ସଂଠନର ୫୮ ସଦସ୍ୟ ନିଖୋଜ ଥିଲେ ଏବଂ ଅନେକ ବ୍ୟକ୍ତି ନିଜର ମୋବାଇଲ୍ ସୁଇଚ୍‌ ଅଫ୍‌ କରି ଦେଇଥିଲେ। ଏହି କାରଣରୁ ସେମାନଙ୍କୁ ଖୋଜିବା ମୁସ୍କିଲ ହୋଇଥିଲା ବୋଲି ମନ୍ତ୍ରୀ ଦେଶମୁଖ କହିଛନ୍ତି।

ସେ କହିଛନ୍ତି, ପୋଲିସ୍ ବଡ ସକ୍ରିୟତାର ସହ ପ୍ରତ୍ୟେକ ସୂଚନା ଉପରେ କାମ କଲା ଏବଂ ତବଲିଗି ଜମାତ ସମ୍ବନ୍ଧିତ  ୪୦ ଜଣଙ୍କୁ ଖୋଜି ବାହାର କରିଛି। ଏହି ସମସ୍ତଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି। ସ୍ଵାସ୍ଥ୍ୟ ବିଭାଗର ତତ୍ଵାବଧାନରେ ଏମାନଙ୍କର ନମୂନା ପରୀକ୍ଷା କରାଯାଉଛି। ମନ୍ତ୍ରୀ ଏହି ୪୦ ଲୋକଙ୍କ ବିଷୟରେ କହିଛନ୍ତି ଯେ, ଏମାନେ ସବୁ ଭାରତୀୟ। ଆମେ ସେମାନଙ୍କୁ କ୍ଵାରେଣ୍ଟାଇନରେ ରଖିବାକୁ ବୁଝେଇଥିଲୁ। ଯଦି ସେମାନଙ୍କ ମଧ୍ୟରୁ କାହାରି ଲକ୍ଷଣ ନମିଳେ ଏବଂ କରୋନା ଭାଇରସ୍‌ ପରୀକ୍ଷଣରେ ପଜିଟିଭ୍ ନଆସେ ତେବେ ସରକାରୀ ଔପଚାରିକ ପୂରଣ ପରେ ସେମାନଙ୍କୁ ଛାଡି ଦିଆଯିବ।

ସେ କହିଛନ୍ତି ଯେ, ରାଜ୍ୟର ଅଧିକାରୀ ପୂର୍ବରୁ ଏମିତି ୧୫୬ ବିଦେଶୀଙ୍କୁ ଠାବ କରିଛି ଯେଉଁମାନେ ଦିଲ୍ଲୀର ନିଜାମୁଦ୍ଦିନରେ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେମାନଙ୍କ ଉପରେ ଭିସାର ଦୁରୁପଯୋଗ ସମେତ ବିଭିନ୍ନ ଅପରାଧ ନେଇ ମାମଲା ରୁଜୁ ହୋଇଛି।

   Related Posts