ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ! ଗୃହମନ୍ତ୍ରୀ ଦିଲୀପ ପାଟିଲ କୋଭିଡ ପଜିଟିଭ

Published By : Prameya-News7 Bureau | October 28, 2021 IST

ମହାରାଷ୍ଟ୍ର ୨୮/୧୦: ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲ୍ସ ପାଟିଲ କରୋନା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି । ତାଙ୍କ ଅବସ୍ଥା ସ୍ଥିର ଏବଂ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି । ରାଜ୍ୟରେ ସଂକ୍ରମଣର ନୂଆ ମାମଲା ହ୍ରାସ ପାଉଥିବା ସମୟରେ ଦିଲୀପ ୱାଲ୍ସ କରୋନା ପଜିଟିଭ୍ ହୋଇପାରିଛନ୍ତି ।

ମହାରାଷ୍ଟ୍ର ମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, 'ସାମାନ୍ୟ ଲକ୍ଷଣ ଦେଖିବା ପରେ ମୁଁ କରୋନା ପରୀକ୍ଷା କଲି ଏବଂ ମୋର ରିପୋର୍ଟ ପଜିଟିଭ ଆସିଛି । ମୁଁ ନାଗପୁର ଏବଂ ଅମ୍ରାବତୀ ଗସ୍ତ ସମୟରେ ଯେଉଁମାନଙ୍କ ଯୋଗାଯୋଗରେ ଆସଛି ସେମାନେ ସମସ୍ତେ ପରୀକ୍ଷା କରିବାକୁ ମୁଁ ଅନୁରୋଧ କରୁଛି ।

wp:html /wp:html

ସୂଚନା ଥାଉକି, କରୋନା ଦ୍ୱାରା ବେଶି ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରର ଅବସ୍ଥା ବର୍ତ୍ତମାନ ସୁଧୁରୁଛି । ଏଠାରେ ସାପ୍ତାହିକ ସଂକ୍ରମଣ ହାର ମଧ୍ୟ ୧.୪୫ ପ୍ରତିଶତକୁ ଖସି ଆସିଛି । କିନ୍ତୁ ସିନ୍ଧୁଦର୍ଗ, ପୁଣେ, ପାଲଘର, ସାଙ୍ଗଲି, ସୋଲାପୁର, ନାଶିକ, ସାତାରା ଏବଂ ଅହମ୍ମଦନଗର ଭଳି କେତେକ ଜିଲ୍ଲା ଅଛି ଯେଉଁଠାରେ କରୋନା ସଂକ୍ରମଣ ହାର ସର୍ବାଧିକ ।

ବୁଧବାର ରାଜ୍ୟରେ ମୋଟ ୧ ହଜାର ୪୮୫ ଟି ନୂଆ କରୋନା ମାମଲା ଆସି ୩୮ରୋଗୀଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ମହାରାଷ୍ଟ୍ରରେ ୧୯ ହଜାର ୪୮୦ ରୋଗୀ କରୋନା ଚିକିତ୍ସିତ ହେଉଛନ୍ତି । ସେଥିମଧ୍ୟରୁ ୧୯୯୩ ଜଣ କେବଳ ମୁମ୍ବାଇର । ଏପର୍ଯ୍ୟନ୍ତ ରାଜ୍ୟରେ କରୋନା ଯୋଗୁଁ ସମୁଦାୟ ୧ଲକ୍ଷ ୪୦ହଜାର ୯୮ ଲୋକ ପ୍ରାଣ ହରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.