Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ସୁଶାନ୍ତ ସିଂ ମୃତ୍ୟୁ ମାମଲା : ୫ ମାସରେ କଣ ତଦନ୍ତ ହୋଇଛି ରିପୋର୍ଟ ଦିଅ, CBIକୁ ଟାର୍ଗେଟ୍ କଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ

27/12/2020 at 5:24 PM

ନୂଆଦିଲ୍ଲୀ ୨୭/୧୨ : ଚଳିତ ବର୍ଷ ଜୁନ ୧୪ରେ ମୁମ୍ବାଇ ସ୍ଥିତ ଫ୍ଲାଟ୍‌ରୁ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ସୁଶାନ୍ତଙ୍କ ମୃତ୍ୟୁରେ ସାରା ଦେଶରେ ତାଙ୍କ ପ୍ରସଂଶକଙ୍କ ସମେତ ସିନେପ୍ରେମୀଙ୍କୁ ଶକ୍ତ ଧକ୍କା ଲାଗିଥିଲା । ଜଣେ ଖୁସି ମିଜାଜର ଅଭିନେତା ଏବଂ ଅଭିନୟ କ୍ଷେତ୍ର​‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୁଶାନ୍ତଙ୍କ ଏଭଳି ଅକାଳ ବିୟୋଗ ସମସ୍ତଙ୍କୁ ଚକିତ କରିଥିଲା । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା । ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ ଯେ ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ।

ଅନେକ ବାଦବିବାଦ ମଧ୍ୟରେ ମୁମ୍ବାଇ ପୋଲିସ ଘଟଣାର ତଦନ୍ତ କରିଥିଲା ଏବଂ ସୁଶାନ୍ତଙ୍କ ହତ୍ୟା କରାଯାଇଥିବା ନେଇ କୌଣସି ସୁରାକ ପାଇନଥିଲା । ସୁାଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସୋସିଆଲ ମିଡିଆରେ ପ୍ରଶଂସକମାନେ ଦାବି କରିଥିଲେ । ତେବେ ବାଧ୍ୟ ହୋଇ ମୁମ୍ବାଇ ସରକାର ମାମଲାର ତଦନ୍ତଭାର ସିବିଆଇକୁ ଦେଇଥିଲେ ।

ଏବେ ସିବିଆଇ ତଦନ୍ତକୁ ପ୍ରାୟ ୫ ମାସ ପୂରିଲାଣି କିନ୍ତୁ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କୌଣସି ଠୋସ୍ ତଥ୍ୟ ରଖିନି ସିବିଆଇ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନିଲ ଦେଶମୁଖ । ସେ କହିଛନ୍ତି ଯେ, ସିବିଆଇ ଗତ ୫ ପାଞ୍ଚ ହେଲା ତଦନ୍ତ ଜାରି ରଖିଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିପାରିନି, ସୁଶାନ୍ତ ଆତ୍ମହତ୍ୟା କରିଥିଲେ କି ତାଙ୍କୁ ହତ୍ୟା କରାଯାଇଥିଲା । ତେଣୁ ସିବିଆଇକୁ ଏବାବଦରେ ଯାହା କିଛି ତଥ୍ୟ ମିଳିଛି ତାହାକୁ ତୁରନ୍ତ ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡରେ ମାଫିଆ, ନେପୋଟିଜିମ୍ ଏବଂ ଡ୍ରଗ୍ସ୍ ଲିଙ୍କ୍ ଭଳି ସଙ୍ଗିନ୍ ମାମଲା ସାମ୍ନାକୁ ଆସିଥିଲା । ଡ୍ରଗ୍ସ ସଂଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ବଲିଉଡର ପ୍ରସିଦ୍ଧ ତାରକାଙ୍କୁ ଘନ ଘନ ଜେରା କରିଥିଲା ।  ସୋସିଆଲ ମିଡିଆରେ ବଲିଉଡ ମାଫିଆ ଏବଂ ନେପୋଟିଜିମ୍ ଗ୍ୟାଙ୍ଗକୁ ନେଇ ହଙ୍ଗାମା ହୋଇଥିଲା । ସୁଶାନ୍ତଙ୍କ ମୃତ୍ୟୁପରେ ବଲିଉଡରେ ପୁଣି ଥରେ ନେପୋଟିଜିମ୍ ଡିବେଟ୍ ଆରମ୍ଭ ହୋଇଥିଲା ଏବଂ ଏହି ପ୍ରଶଂସକ ତଥା ଅନ୍ୟ ସିନେମା ପ୍ରେମୀମାନେ ମଧ୍ୟ ବଲିଉଡର ସେଲିବ୍ରେଟ୍ ଏବଂ ଷ୍ଟାର୍ କିଡସଙ୍କୁ ବୟକଟ୍ ମଧ୍ୟ କରିଛନ୍ତି ।

   Related Posts