ରାଜ୍ କୁନ୍ଦ୍ରାଙ୍କ କମ୍ପାନୀ ବିରୋଧରେ ଠକେଇ ଅଭିଯୋଗ ଆଣିଲେ ଗୁଜରାଟ ବ୍ୟବସାୟୀ

Published By : Prameya-News7 Bureau | July 27, 2021 IST

ମୁମ୍ବାଇ ୨୭/୦୭ : ଗୁଜୁରାଟ, ଅହମ୍ମଦାବାଦର ଜଣେ ବ୍ୟବସାୟୀ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏବଂ ସାଇବର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଅନଲାଇନ୍ କ୍ରିକେଟ୍ ଦକ୍ଷତା ଭିତ୍ତିକ ଖେଳ ପାଇଁ ବିତରକ କରିବାର ବାହାନାରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ କମ୍ପାନୀ ତାଙ୍କୁ ୩ ଲକ୍ଷ ଟଙ୍କା ଠକେଇ କରିଛି। ଏହାର ସୂଚନା ଜଣେ ଅଧିକାରୀ ଦେଇଛନ୍ତି।

ଅଧିକାରୀ କହିଛନ୍ତି ଯେ ପୋଲିସ ଅଭିଯୋଗର ଯାଞ୍ଚ କରୁଛି ଏବଂ ସେହି ଅନୁସାରେ ଏଫ୍ଆଇଆର ପଞ୍ଜୀକରଣ ପାଇଁ ନିଷ୍ପତ୍ତି ନେବ। ଅଭିଯୋଗକାରୀ ହିରେନ ପରମାର ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ କମ୍ପାନୀ ତାଙ୍କ ଭଳି ଅନେକ ଲୋକଙ୍କୁ କୋଟି କୋଟି ଟଙ୍କା ଠକେଇ କରିଛି।

ଅନଲାଇନରେ ଦିଆଯାଇଥିବା ଅଭିଯୋଗରେ ଅଭିଯୋଗକାରୀ ହିରେନ୍ ପରମାର ଅଭିଯୋଗ କରିଛନ୍ତି ଯେ ଭିଆନ୍ ଇଣ୍ଡଷ୍ଟ୍ରିଜ୍ ତାଙ୍କୁ "ଗେମ୍ ଅଫ୍ ଡଟ୍" ର ବିତରକ କରିବ ବୋଲି ପ୍ରତିଶୃତି ଦେଇଥିଲା । କିନ୍ତୁ କମ୍ପାନୀ ପ୍ରତିଶ୍ରୁତି ପାଳନ କରିନାହିଁ, ଏହା ପରେ ତାଙ୍କ ଦ୍ୱାରା ବିନିଯୋଗ ହୋଇଥିବା ୩ ଲକ୍ଷ ଟଙ୍କା ଫେରସ୍ତ କରିବାକୁ ଦାବି କରିବାରୁ, କୌଣସି ପ୍ରତିକ୍ରିୟା ମିଳିନାହିଁ।

ଅଧିକାରୀ କହିଛନ୍ତି ଯେ ଅଭିଯୋଗକାରୀ ଦାବି କରିଛନ୍ତି, ସେ ୨୦୧୯ ରେ ଗୁଜୁରାଟ ସାଇବର ବିଭାଗରେ ଅଭିଯୋଗ କରିଥିଲେ, କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଅଧିକାରୀ କହିଛନ୍ତି କୁନ୍ଦ୍ରାଙ୍କୁ ଅଶ୍ଳୀଳ ଭିଡିଓ ମାମଲାରେ ଗିରଫ କରାଯିବା ପରେ ପରମାର ମୁମ୍ବାଇ ପୋଲିସ ନିକଟରେ ପହଞ୍ଚିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.