ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ, ମୁକ୍ତ ହେବେ ୫୦ ପ୍ରତିଶତ କଏଦୀ

Published By : Prameya-News7 Bureau | May 12, 2020 IST

ମୁମ୍ବାଇ ୧୨।୦୫: ମହାରାଷ୍ଟ୍ର ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଲ୍‌ରେ କଏଦୀଙ୍କ ଭିଡକୁ କମ କରିବା ପାଇଁ ପ୍ରାୟ ୫୦ ପ୍ରତିଶତ କଏଦୀଙ୍କୁ ଅସ୍ଥାୟୀ ଭାବେ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଂପ୍ରତି ମହାରାଷ୍ଟ୍ର ଜେଲ୍‌ରେ ମୋଟ୍ ୩୫ ହଜାର ୨୩୯ କଏଦୀ ଅଛନ୍ତି। ନିକଟରେ ମୁମ୍ବାଇର ଆର୍ଥର ରୋଡ୍‌  ଜେଲ୍‌ରେ କଏଦୀ କରୋନା ସଂକ୍ରମିତ ହେବା ଦେଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଏହି ସୂଚନା ମଙ୍ଗଳବାର ରାଜ୍ୟ ଗୃହ ମନ୍ତ୍ରୀ ଅନିଲ୍ ଦେଶମୁଖ କହିଛନ୍ତି, ୧୭ ହଜାର କଏଦୀଙ୍କୁ ଅସ୍ଥାୟୀ ଭାବେ ପାରୋଲ୍ ଦିଆଯାଇଛି। ଏଥିରୁ ୫ ହଜାର କଏଦୀ ବିଚାରଧୀନ, ସାତ ବର୍ଷ ଜେଲ୍‌ରେ ରହି ସାରିଥିବା ୩ ହଜାର କଏଦୀ ଏବଂ ଏଥିରୁ  ଅଧିକ ଦଣ୍ଡ ଭୋଗି ସାରିଥିବା ପ୍ରାୟ ୯ ହଜାର କଏଦୀ  ରହିଛନ୍ତି। କିନ୍ତୁ ସଙ୍ଗୀନ ଅପରାଧରେ ଜେଲ୍‌ରେ ଥିବା କଏଦୀଙ୍କୁ ମୁକ୍ତ କରାଯାଇ ନାହିଁ।

wp:core-embed/twitter {"url":"https://twitter.com/ANI/status/1260159071778271232?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fmetro%2Fmumbai%2Fother-news%2Fmaharashtra-govt-gives-temporary-payroll-to-around-17-thousands-prisoners-to-stop-coronavirus-infection-in-jails%2Farticleshow%2F75694853.cms","type":"rich","providerNameSlug":"twitter","className":""}
https://twitter.com/ANI/status/1260159071778271232?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fmetro%2Fmumbai%2Fother-news%2Fmaharashtra-govt-gives-temporary-payroll-to-around-17-thousands-prisoners-to-stop-coronavirus-infection-in-jails%2Farticleshow%2F75694853.cms
/wp:core-embed/twitter

ଏହି ସମ୍ବନ୍ଧରେ ମହାରାଷ୍ଟ୍ର ସରକାର ପକ୍ଷରୁ ନିଯୁକ୍ତ ଉଚ୍ଚସ୍ତରୀୟ ସମିତି ଏହି ନିଷ୍ପତ୍ତି ନେଇଛନ୍ତି। ସମିତିରେ ସାମିଲ ଜଷ୍ଟିସ୍ ଏ.ଏ. ସଇଦ, ଅତିରିକ୍ତ ମୁଖ୍ୟ ସଚିବ(ଗୃହ) ସଞ୍ଜୟ ଚହାନ୍ଦେ ଓ ଡିଜି(ଜେଲ୍) ଏସ.ଏନ. ପାଣ୍ଡେ ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୭ ହଜାର କଏଦୀଙ୍କୁ ଅସ୍ଥାୟୀ ପାରୋଲରେ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଉଲ୍ଲେଖଯୋଗ୍ୟ, ମଧ୍ୟ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍‌ର ୧୮୫ କଏଦୀ କରୋନା ସଂକ୍ରମଣର ଶିକାର  ହୋଇଥିଲେ। କୁହାଯାଏ ଯେ, ଏହି ସବୁ  କରୋନା ଭାଇରସ୍‌ ସଂକ୍ରମିତ କଏଦୀ ଜେଲ୍‌ର ଏକ ରୋଷେୟାରଙ୍କ ସଂସ୍ପର୍ଶରେ ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.