Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

କୋଭିଡ୍ କଟକଣା ଜାନୁଆରୀ ୩୧ ଯାଏଁ ବଢିଲା, ସାରା ରାଜ୍ୟ ପାଇଁ ନିୟମ ସହ ଘୋଷଣା କଲେ ଉଦ୍ଧବ ସରକାର

30/12/2020 at 3:23 PM

ମୁମ୍ବାଇ ୩୦।୧୨: ମହାରାଷ୍ଟ୍ରରେ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଜାରି ରହିଥିବା ଲକ୍ ଡାଉନ୍ କୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ବଢାଇଲେ ସରକାର । ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ୍ କଟକଣାକୁ ବଢାଇଛନ୍ତି । ସଂକ୍ରମଣକୁ ରୋକିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ସମୟରେ ପୂର୍ବରୁ ଥିବା ସବୁ ନିୟମ ଜାରି ରହିବ । ନୂଆବର୍ଷକୁ ନିରାଡମ୍ବର ଭାବେ ପାଳନ କରିବାକୁ ସରକାର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । କୌଣସି ସ୍ଥାନରେ ଭିଡ ନ ଜମାଇବା ପାଇଁ କୁହାଯାଇଛି । ନିଜ ନିଜ ଘରେ ରହି ନୂଆବର୍ଷ ପାଳନ କରିବାକୁ ଚେଷ୍ଟା କରନ୍ତୁ । ଏଥିପାଇଁ ମହାରାଷ୍ଟ୍ର ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି ।

ମହାରାଷ୍ଟ ସରକାର ବିରୋଧ ସତ୍ତ୍ବେ ଧାର୍ମିକ ଅନୁଷ୍ଠାନ ପୁଣି ତରେ ଖୋଲିବାକୁ ଅନୁମତି ଦେଇଥିଲେ । ଏହାସହ ରାଜ୍ୟର କିଛି ଅଞ୍ଚଳରେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲାଯାଇଛି । ଦେଶ ଏବଂ ସାରା ବିଶ୍ବରେ କରୋନା ଭାଇରସ୍ ର ନୂଆ ଷ୍ଟ୍ରେନ୍ ଦ୍ବାରା ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଲକ୍ ଡାଉନ୍ କୁ ୨୦୨୧ ଜାନୁଆରୀ ୩୧ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ଧାରା ଏବେବି ଜାରି ରହିଛି । ଏଥିପାଇଁ ଏହି ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାର ନାନା ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି ।

   Related Posts