Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଧାର୍ମିକ ଓ ରାଜନୈତିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇଲେ ଏହି ରାଜ୍ୟ ସରକାର: କହିଲେ,’ଲୋକଙ୍କ ଜୀବନଠୁ ବଢି କିଛି ନାହିଁ’

6/09/2021 at 6:47 PM

ମୁମ୍ବାଇ ୦୬/୦୯ : ସୋମବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅନେକ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କ ସହ ବିପର୍ଯ୍ୟୟ ପରିଚାଳନା ବୈଠକରେ ଯୋଗ ଦେଇଛନ୍ତି। ସେ କହିଛନ୍ତି ଯେ ନାଗରିକ ସ୍ୱାସ୍ଥ୍ୟ ପ୍ରଥମ ପ୍ରାଥମିକତା। ପର୍ବ ତ ପରେ ବି ପାଳନ କରାଯାଇପାରିବ। ଦେଶରେ ଆଗାମୀ ଦୁଇ ମାସ ପାର୍ବଣ ଋତୁ। ଏହି ସମୟରେ କରୋନାର ତୃତୀୟ ଲହରକୁ ନେଇ ମଧ୍ୟ ବିପଦ ରହିଛି। ରାଜ୍ୟରେ ପୁଣିଥରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ଆବଶ୍ୟକ।

ବୈଠକରେ ସେ କରୋନା ପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ପର୍ବପର୍ବାଣି ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ସରକାର ମଧ୍ୟ ରୋକ ଲଗାଇବାକୁ ଚାହୁଁ ନାହାନ୍ତି। କିନ୍ତୁ ଏସବୁ ଲୋକଙ୍କ ଜୀବନଠୁ ଅଧିକ ନୁହେଁ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକରେ ବୈଠକରେ ସବୁ ପ୍ରକାର ଧାର୍ମିକ, ସାମାଜିକ ଓ ରାଜନୈତିକ ସଭା ଓ ବୈଠକ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପର୍ବପର୍ବାଣି ମଧ୍ୟରେ ଲୋକଙ୍କ ଭିଡ ଯୋଗୁଁ କରୋନା ମାମଲା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଆଗକୁ ସେ କହିଛନ୍ତି, ଯଦି ସମସ୍ତେ କରୋନା ଗାଇଡ୍ଲାଇନ ପାଳନ କରିବେ ତାହେଲେ ନୂଆ ପ୍ରତିବନ୍ଧକ ଲାଗୁ କରିବା ଆବଶ୍ୟକ ପଡ଼ିବନି।

ଥାକରେ କହିଛନ୍ତି, ଆଗାମୀ ପର୍ବଗୁଡିକ ମହତ୍ତ୍ୱପୂର୍ଣ୍ଣ ଓ ଚ୍ୟାଲେଞ୍ଜିଙ୍ଗ ମଧ୍ୟ। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପୂର୍ବରୁ ଏହା ସୁନିଶ୍ଚିତ କରିବା ରାଜନୈତିକ ଦଳ ଉପରେ ରହିଛି। ସେ କହିଛନ୍ତି କରୋନାର ତୃତୀୟ ଲହର ଦ୍ୱାରମୁହଁରେ ଛିଡା ହୋଇଛି ଓ ଟିକିଏ ଅବହେଳା ବଡ ସଙ୍କଟକୁ ନିମନ୍ତ୍ରଣ କରିପାରେ। ସେ କହିଛନ୍ତି ଯେ କେରଳରେ ଦୈନିକ ୩୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି। ଏହା ବିପଦର ସଂକେତ ଏବଂ ଏହାକୁ ଗମ୍ଭୀରତାର ସହ ନେବାକୁ ପଡିବ ଓ ସଚେତନ ରହିବାକୁ ପଡିବ।

   Related Posts