ନା ହେବ ନୂତନ ନିଯୁକ୍ତି, ନା ଆରମ୍ଭ ହେବ ନୂତନ ପ୍ରକଳ୍ପ, କରୋନ ସଙ୍କଟରେ ଉଦ୍ଧବ ସରକାରଙ୍କ ବଡ ନିଷ୍ପତ୍ତି

Published By : Prameya-News7 Bureau | May 05, 2020 IST

ମୁମ୍ବାଇ ୦୫।୦୫: ଦେଶରେ କରୋନା ଭାଇରସ୍‌ରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର। କରୋନା ଲକ୍‌ଡାଉନ୍‌ ଓ ଅଧିକ ସଂକ୍ରମିତ ଚିହ୍ନଟ କାରଣରୁ ରାଜ୍ୟର ଆର୍ଥିକ ବ୍ୟବସ୍ଥା ଶୋଚନୀୟ ହୋଇ ପଡିଛି। ତେଣୁ ସଙ୍କଟର ମୁକାବିଲା ଲାଗି ମହାରାଷ୍ଟ୍ରର ଉଦ୍ଧବ ସରକାର ଖର୍ଚ୍ଚକାଟ କରିବାକୁ ଘୋଷଣା କରିଛନ୍ତି। ଏହି ଆଧାରରେ ରାଜ୍ୟ ସରକାର ନୂତନ ପ୍ରକଳ୍ପ ଏବଂ ନୂତନ ନିଯୁକ୍ତି ଉପରେ କିଛି ଦିନ ଲାଗି ବ୍ରେକ୍ ଲଗାଇଛନ୍ତି।

ଉଲ୍ଲେଖନୀୟ ଉଦ୍ଧବ ସରକାର କୋଭିଡ୍-୧୯ ସଙ୍କଟ କାରଣରୁ ଉପୁଜିଥିବା ଆର୍ଥିକ ଅବସ୍ଥାର ମୁକାବିଲା ପାଇଁ ରାଜ୍ୟ ପାଇଁ କିଛି ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିରେ ବଡ ଧରଣର ଖର୍ଚ୍ଚକାଟ ମଧ୍ୟ ସାମିଲ।

କରୋନା ସଙ୍କଟର ମୁକାବିଲା ପାଇଁ ମହାରାଷ୍ଟ୍ର ସରକାର ଜାରି ଯୋଜନାର ସମୀକ୍ଷା କରୁଛନ୍ତି ଏବଂ ପ୍ରାଥମିକତା ଆଧାରରେ ସ୍ଥିର କରାଯାଇଛି ଯେ, କିଛି ଯୋଜନାକୁ ସଂପ୍ରତି ସ୍ଥଗିତ ରଖାଯାଉ। ଯେଉଁ ଯୋଜନାକୁ ବାତିଲ୍ କରାଯିବ ସେ ସମ୍ବନ୍ଧରେ ସମସ୍ତ ବିଭାଗ ରାଜ୍ୟ ସରକାରଙ୍କୁ ମେ ୩୧ ସୁଦ୍ଧା ସୂଚନା ଦେବେ।

ପ୍ରସ୍ତୁତ ପ୍ରସ୍ତାବ ଅନୁସାରେ, ପ୍ରତ୍ୟେକ ବିଭାଗକୁ ମୋଟ୍ ବଜେଟ୍‌ର ୩୩ ପ୍ରତିଶତ ମିଳିବ। ପ୍ରସ୍ତାବରେ ଏହା ମଧ୍ୟ କୁହାଯାଇଛି, ପ୍ରତ୍ୟେକ କାର୍ଯ୍ୟକ୍ରମକୁ ସମୀକ୍ଷା କରାଯିବା ଉଚିତ୍। କେବଳ ଆବଶ୍ୟକ ଯୋଜନାକୁ ଅନ୍ତିମ ରୂପ ଦିଆଯିବ। ଏହା ବ୍ୟତୀତ ନୂତନ ଯୋଜନା ଉପରେ କୌଣସି ଖର୍ଚ୍ଚ ହେବ ନାହିଁ। ନୂତନ ଯୋଜନା ପାଇଁ କୌଣସି ପ୍ରସ୍ତାବ ଯିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.