କରୋନା ମୁକାବିଲା ଲାଗି ମହାରାଷ୍ଟ୍ର ସରକାରଙ୍କ ବଡ ନିଷ୍ପତ୍ତି, ମୁଖ୍ୟମନ୍ତ୍ରୀଙ୍କ ସମେତ ଗ୍ରୁପ ‘ସି’ ପର୍ଯ୍ୟନ୍ତ କର୍ମଚାରୀଙ୍କ କଟିବ ବେତନ

Published By : Prameya-News7 Bureau | March 31, 2020 IST

ମୁମ୍ବାଇ ୩୧। ୩:  ସାରା ଦେଶ ଏବେ କରୋନା ସଂକ୍ରମଣକୁ ନେଇ ଚିନ୍ତିତ। ସଂକ୍ରମଣର ଶୃଙ୍ଖଳ ଛିନ୍ନ କରିବା ଲାଗି କେନ୍ଦ୍ର ସରକାର ଦେଶକୁ ଲକଡାଉନ୍ କରିଥିବା ବେଳେ ଆର୍ଥିକ ସଂକଟ ଏବେ ଗୁରୁତର ରୂପ ଧାରଣ କରିଛି। ଏଣୁ କରୋନା ଜନିତ ପରିସ୍ଥିତିର ମୁକାବିଲା ଲାଗି ବିଭିନ୍ନ ରାଜ୍ୟ ସରକାରମାନେ ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ମହାରାଷ୍ଟ୍ର ସରକାର କରୋନା ଲାଗି ସଂସାଧନ ଯୋଗାଡ ନିମନ୍ତେ ବଡ ନିଷ୍ପତ୍ତି ନେଇଛନ୍ତି।

{"id":246916,"width":577,"height":380,"sizeSlug":"large"}

ମହାରାଷ୍ଟ୍ର ସରକାର କରୋନା ପରିସ୍ଥିତିର ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ, ବିଧାୟକ ଓ ସରକାରୀ କର୍ମଚାରୀଙ୍କ ବେତନରୁ ୬୦ ପ୍ରତିଶତ ଦରମା କାଟିବା ଲାଗି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ତେଲେଙ୍ଗାନା ସରକାର ମଧ୍ୟ ଏପରି ନିଷ୍ପତ୍ତି କରିଥିବା ବେଳେ ଏବେ ଏଥିରେ ମହାରାଷ୍ଟ୍ର ମଧ୍ୟ ଯୋଡି ହୋଇଯାଇଛି।

{"id":246917,"sizeSlug":"large"}

ବେତନ କାଟ୍ ନେଇ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଅର୍ଥମନ୍ତ୍ରୀ ଅଜିତ ପାୱାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିଲାଗି ନିଷ୍ପତ୍ତି ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କର୍ମଚାରୀଙ୍କ ବିଭିନ୍ନ ସଙ୍ଗଠନଙ୍କ ସହ ଆଲୋଚନା କରିଥିଲେ। ସଂକଟର ଏହି କ୍ଷଣରେ ସରକାରଙ୍କ ସହାୟତା ଲାଗି ମୁଖ୍ୟମନ୍ତ୍ରୀ ନିବେଦନ କରିଥିବା ବେଳେ ବେତନ କାଟ୍ ଲାଗି କର୍ମଚାରୀ ୟୁନିୟନମାନେ ସହମତି ଦେଇଥିବା କହିଛନ୍ତି।

{"id":246919,"width":579,"height":421,"sizeSlug":"large"}

ସେହି ଅନୁସାରେ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କ ବେତନରୁ ୫୦ ପ୍ରତିଶତ କାଟ୍ ଲାଗି ନିଷ୍ପତ୍ତି ହୋଇଥିବା ବେଳେ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ବେତନରୁ ୨୫ ପ୍ରତିଶତ କାଟ୍ କରାଯିବ। ତେବେ ବାକି ନିମ୍ନ ପଦସ୍ଥ କର୍ମଚାରୀଙ୍କ ବେତନରୁ କୌଣସି କାଟ୍ ନ କରିବାକୁ ନିଷ୍ପତ୍ତି ହୋଇଥିବା ପାୱାର କହିଛନ୍ତି।

{"id":246921,"sizeSlug":"large"}

କରୋନା ବିରୋଧରେ ସଂଗ୍ରାମ ଲାଗି ରାଜ୍ୟ ଆର୍ଥିକ ସ୍ତରରେ ମଜଭୁତ ହେବା ଦରକାର। ତେବେ କରୋନା ସଂକ୍ରମଣ ଜନିତ ପରିସ୍ଥିତିର ରାଜ୍ୟର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଏଥିରେ ଲକଡାଉନ୍ ପରିସ୍ଥିତିକୁ ଜଟିଳ କରିଦେଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ମହାରାଷ୍ଟ୍ରରେ କରୋନା ସଂକ୍ରମଣର ଆଉ ୫ଟି ନୂଆ ମାମଲା ସାମ୍ନାକୁ ଆସିଛି। ଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୦ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.