Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ମହାରାଷ୍ଟ୍ରରେ ବିଜୁଳି ଚାଲିଯିବା ଘଟଣା, ଚୀନ-ୟୁକେରୁ ହୋଇଥିଲା ସାଇବର ଆଟାକ୍, ୮ ଜିବି ଡାଟା ଚୋରି

3/03/2021 at 9:39 PM

ମୁମ୍ବାଇ ୦୩।୦୩: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଗତ ବର୍ଷ ବିଜୁଳି ଅଚାନକ କଟିଯିବା ପଛରେ ଚୀନର ହାତ ରହିଥିବା ଦାବି ପରେ ସରକାରୀ ମହଲରେ ଚାଞ୍ଚଲ୍ୟ ଖେଳି ଯାଇଛି। କେନ୍ଦ୍ର ସରକାର ଏହି ଦାବିକୁ ଖଣ୍ଡନ କରିଥିବା ବେଲେ ମହରାଷ୍ଟ୍ର ସରକାର ଏହି ତଥ୍ୟକୁ ସଠିକ ବୋଲି କହିଛନ୍ତି। ମହାରାଷ୍ଟ୍ରର ଶକ୍ତି ମନ୍ତ୍ରୀ ନୀତିନ ରାଉତ କହିଛନ୍ତି, ଆଗାମୀ ସମୟରେ ତାଙ୍କ ବିଭାଗ କୌଣସି ପ୍ରକାରର ଚୀନ ସାମଗ୍ରୀ ବ୍ୟବହାର କରିବେ ନାହିଁ।

ନୀତିନ ବୁଧବାର କହିଛନ୍ତି, ଏସଏଡିଏ ୟୁନିଟ୍ ବିଜୁଳି ଯୋଗାଣ ଏବଂ ଚାହିଦା ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ। ଏହି ୟୁନିଟ୍‌ରେ ଚୀନ, ବ୍ରିଟେନ୍ ଓ ଅନ୍ୟ ଜାଗାରୁ ୮ ଟ୍ରୋଜନ ହୋର୍ସ ମାଲଓ୍ଵେଭରର ସନ୍ଧାନ ମିଳିଛି। ଏଥିସହ ୮ ଜିବି ଡାଟା ମଧ୍ୟ ଚୋରି ହୋଇଛି। ତେଣୁ ଆଗାମୀ ଦିନରେ ଆମର ବିଭାଗ ଅନ୍ୟ କୌଣସି ଚୀନ ଉତ୍ପାଦିତ ସାମଗ୍ରୀ କିଣିବେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ଗତ ଦିନରେ ଆମେରିକାର ଏକ ସାଇବର ସିକ୍ୟୁଟିରି ଫାର୍ମ ନିଜ ରିପୋର୍ଟରେ କହିଥିଲେ ଯେ, ଚୀନ ସରକାର ଦ୍ଵାରା ପୋଷିତ ଗ୍ରୁପ୍ ଭାରତରେ ବ୍ଲାକଆଉଟ୍‌ କରିବାକୁ ଉଦ୍ୟମ କରିଥିଲେ। ଗତ ବର୍ଷ ଅକ୍ଟୋବର ୧୨ରେ ମୁମ୍ବାଇରେ ଗ୍ରୀଡ ଅଚାନକ ଅଚଳ ହୋଇ ପଡିଥିଲା। ଫଳସ୍ଵରୂପ ପୂରା ସହର ଅନ୍ଧାରରେ ଡୁବି ଯାଇଥିଲା। ଟ୍ରେନ ସେବା ବାଧାପ୍ରାପ୍ତ  ହୋଇଥିଲା। ଷ୍ଟକ୍ ମାର୍କେଟ୍‌କୁ ବନ୍ଦ କରି ଦିଆଯାଇଥିଲା।

ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନିଲ ଦେଶମୁଖ ମଧ୍ୟ କହିଥିଲେ ଯେ, ମୁମ୍ବାଇରେ ଅକ୍ଟୋବର ୧୨ରେ ବଡ ଧରଣରେ ହୋଇଥିବା ବିଜୁଳି ଗୁଲ୍‌ ଘଟଣାର କାରଣ ସାଇବର ହମଲା ହୋଇଥାଇପାରେ।

ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଚୀନ ସାଇବର ଆଟାକ୍ କାରଣରୁ ମୁମ୍ବାଇରେ ଏମିତି ଘଟିଥିଲା। ନୀତିନ ରାଉତ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ସଠିକ୍ ଥିବା କହିଥିଲେ। ଘଟଣାର ତଦନ୍ତ ପାଇଁ ତିନି ସଦସ୍ୟ କମିଟି ଗଠନ ହୋଇଥିଲା।

   Related Posts