ମହାରାଷ୍ଟ୍ର ନାଟକରେ ପଡ଼ୁନି ଯବନିକା : କଂଗ୍ରେସ-ଏନସିପି-ଶିବସେନା ମେଣ୍ଟର ପ୍ରସ୍ତୁତି ବେଳେ, ବିଜେପି କହୁଛି ଆମେ ହିଁ ଗଢିବୁ ସରକାର

Published By : Prameya-News7 Bureau | November 16, 2019 IST

ମୁମ୍ମାଇ ୧୬।୧୧: ମହାରାଷ୍ଟ୍ର ମହାନାଟକରେ ସବୁଦିନ ନୂଆ ନୂଆ ଦୃଶ୍ୟ । ପ୍ରତିଦିନ ସରକାର ଗଠନରେ ନୂଆ ମୋଡ ଦେଖିବାକୁ ମିଳିଛି। ଗୋଟିଏ ପଟେ ଶିବସେନା ସହ ଏନସିପି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବାକୁ ରୋଡ୍ ମ୍ୟାପ ପ୍ରସ୍ତୁତ କରିଛନ୍ତି । ମେଣ୍ଟ ସରକାର ୫ବର୍ଷ ଚାଲିବ ବୋଲି ଶରଦ ପାୱାର କହିସାରିଛନ୍ତି । ଅନ୍ୟପଟେ ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ପୁଣି ଥରେ ଦାବି କରିଛନ୍ତି ଯେ, ମହାରାଷ୍ଟ୍ରରେ ବିଜେପି ବ୍ୟତିତ ଆଉ କୌଣସି ଦଳ ସରକାର ଗଢିପାରିବେ ନାହିଁ ।

{"id":184901,"sizeSlug":"large"}

 ଆସନ୍ତାକାଲି ବାଲାସାହେବ ଠାକରେଙ୍କ ପୁଣ୍ୟତିଥି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଶିବସେନା ଘୋଷଣା କରିବ ବୋଲି ସୂଚନା ମିଳିଛି । ଭିନ୍ନ ଭିନ୍ନ ବିଚାରଧାରର ଦଳ ମିଳିତ ଭାବେ ସରକାର ଗଠନ କରିବା ଏକ ନୂଆ ଇତିହାସ ସୃଷ୍ଟି କରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଶିବସେନା, ଏନସିପି ଏବଂ କଂଗ୍ରେସ- ତିନି ଦଳ ପ୍ରମୁଖ ନେତା ଏକାଠି ବସି ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମର ସୂଚୀ ପ୍ରସ୍ତୁତ କରିଛନ୍ତି । ସହମତି ଭିତିରେ ସିଏମପି – କମନ ମିନିମମ୍ ପ୍ରୋଗ୍ରାମ ସ୍ଥିର କରାଯାଇଛି । ଆସନ୍ତାକାଲି ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଶରଦ ପାୱାର ଭେଟି ପରବର୍ତୀ କାର୍ଯ୍ୟପନ୍ଥା ଚୂଡାନ୍ତ କରିବା ନେଇ ଆଲୋଚନା କରିବେ ବୋଲି ଜଣାପଡିଛି । ଏପଟେ ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ବିଜେପି ପାଖରେ ୧୧୯ ବିଧାୟକଙ୍କ ସମର୍ଥନ ରହିଛି ଏବଂ ସରକାର ଗଢିବା ଲାଗି ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବ ବିଜେପି ।

ତେବେ ସରକାର ଗଢିବା ଲାଗି ୧୪୫ ମ୍ୟାଜିକ ନମ୍ବର ବିଜେପି କେଉଁଠୁ ଯୋଗାଡ କରିବ ତାହାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏନସିପି ଏବଂ କଂଗ୍ରେସର ଧୀର ମନ୍ଥର ଗତି ଦେଖି କିଛି ରାଜନୈତିକ ବିଶ୍ଳେଷକ ବିଜେପି ସରକାର ଗଢିବା ଦାବିକୁ ମଧ୍ୟ ନିରାଧାର ମାନିବାକୁ ପ୍ରସ୍ତୁତ ନୁହନ୍ତି । ଏପଟେ ବିଜେପିର ଦାବି ଦେଖି ଟାର୍ଗେଟ କରିଛି ଶିବସେନା । ଶିବସେନାର ମୁଖପତ୍ର ସାମନାରେ ଲେଖିଯାଇଛି, ୧୦୫ ଆସନ ଗ୍ରହଣ କରିଥିବା ଦଳ ନୂଆ ସମୀକରଣ ଦେଖି ବ୍ୟସ୍ତ ହୋଇ ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.