କରୋନା ଡରରେ ମହାରାଷ୍ଟ୍ର ଜେଲ୍‌ରୁ ମୁକ୍ତ ହେବେ ୧୧ ହଜାର କଏଦୀ

Published By : Prameya-News7 Bureau | March 27, 2020 IST

ମୁମ୍ବାଇ ୨୭।୦୩: କରୋନାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରାଜ୍ୟରେ ଜେଲ୍‌ଗୁଡକରେ  ବନ୍ଦୀ ୧୧ ହଜାର କଏଦୀଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ଗୃହ ମନ୍ତ୍ରୀ ଅନିଲ ଦେଶମୁଖ ଗୁରୁବାର ଏହି ଘୋଷଣା କରିଛନ୍ତି। ଏହା ପୂର୍ବରୁ ଦିଲ୍ଲୀ, ହରିୟାଣା ଓ ପଞ୍ଜାବ ମଧ୍ୟ କଏଦୀଙ୍କୁ ମୁକ୍ତ କରିବାକୁ ପଦକ୍ଷେପ ନେଇ ସାରିଛନ୍ତି।

ମହାରାଷ୍ଟ୍ରର ଗୃହ ମନ୍ତ୍ରୀ ଅନିଲ୍ ଦେଶମୁଖ କହିଛନ୍ତି ଯେ, ମହାରାଷ୍ଟ୍ର ଜେଲରେ ବନ୍ଦୀ ପ୍ରାୟ ୧୧ ହଜାର କଏଦୀ, ଯେଉଁମାନଙ୍କୁ ସାତ ବର୍ଷରୁ କମ ସଜା ମିଳିଛି, ସେମାନଙ୍କୁ ପାରୋଲରେ ମୁକ୍ତ କରାଯିବ। ଦେଶମୁଖ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ମୁଁ ସମଗ୍ର ରାଜ୍ୟର କାରାଗାରଗୁଡିକୁ ଏନେଇ ଆଦେଶ ଜାରି କରାଯାଇଛି। ମହାରାଷ୍ଟ୍ରରେ ପ୍ରାୟ ୬୦ କାରାଗାର ରହିଛି। ଏହି ସବୁ କାରାଗାର ଉପରେ ଏହି ନିଷ୍ପତ୍ତି ଲାଗୁ ହେବ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଆତଙ୍କବାଦ କିମ୍ବା ଆର୍ଥିକ ଅପରାଧ ମାମଲାରେ ବନ୍ଦୀ କଏଦୀଙ୍କୁ ମୁକ୍ତ କରାଯିବ ନାହିଁ।

ହରିୟାଣାରେ କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କା ମଧ୍ୟରେ ଜେଲ୍‌ରେ କଏଦୀଙ୍କ ଚାପକୁ କମ କରିବା ପାଇଁ ସୁପ୍ରିମକୋର୍ଟର ନିର୍ଦ୍ଦେଶ କ୍ରମେ ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହାରି ଆଧାରରେ କଏଦୀଙ୍କୁ ପାରୋଲରେ ଛାଡିବାକୁ ନିଷ୍ପତ୍ତି ନିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.