ମହାରାଷ୍ଟ୍ରରେ ବାବା ରାମଦେବଙ୍କ କରୋନା ଔଷଧ କରୋନିଲର ବିକ୍ରି ଉପରେ ରୋକ୍ ଲଗାଇଲେ ଉଦ୍ଧବ ସରକାର

Published By : Prameya-News7 Bureau | February 23, 2021 IST

ମୁମ୍ବାଇ ୨୩।୦୨: ମହାରାଷ୍ଟ୍ର ସରକାର ବାବା ରାମଦେବଙ୍କ କରୋନା ଔଷଧ କରୋନିଲ୍‌ର  ବିକ୍ରି ଉପରେ ରୋକ୍ ଲଗାଇଛନ୍ତି। ରାଜ୍ୟ ଗୃହ ମନ୍ତ୍ରୀ ଅନିଲ୍ ଦେଶମୁଖ ବାବା ରାମଦେବଙ୍କ ପତଞ୍ଜଳୀ ପକ୍ଷରୁ ଲଞ୍ଚ ହୋଇଥିବା କରୋନା ଔଷଧ କରୋନିଲ ସମ୍ବନ୍ଧରେ କହିଛନ୍ତି ଯେ, ହୁ ଏବଂ ଆଇଏମଏ ପରି ସ୍ଵାସ୍ଥ୍ୟ ସଂଗଠନରୁ ଉଚିତ୍ ପ୍ରଣାଳୀ ବିନା କରୋନିଲ୍ ବିକ୍ରି ମହାରାଷ୍ଟ୍ରରେ ହୋଇ ପାରିବ ନାହିଁ।

ଅନିଲ୍ ଦେଶମୁଖ ଟ୍ଵିଟ୍ କରି ଲେଖିଛନ୍ତି, ପତଞ୍ଜଳୀର କରୋନିଲ ଔଷଧର ବିକ୍ରି ମହାରାଷ୍ଟ୍ରରେ ହୁ ଏବଂ ଏଆଇଏମଏ ପରି ସକ୍ଷମ ସ୍ଵାସ୍ଥ୍ୟ ସଂସ୍ଥାର ବିନା ଅନୁମତିରେ ହୋଇ ପାରିବ ନାହିଁ। ଆଇଏମଏ ମଧ୍ୟ କରୋନିଲର ପ୍ରାମାଣିକତା ଉପରେ ପ୍ରଶ୍ନ ଉଠାଇଛି। ହୁ ମଧ୍ୟ କୋଭିଡ୍ ଉପଚାର ପାଇଁ ପତଞ୍ଜଳୀ ଆୟୁର୍ବେଦକୁ କୌଣସି ପ୍ରକାରର ସ୍ଵୀକୃତି ଦେବାକୁ ମନା କରିଛି।

wp:html /wp:html

ଉଲ୍ଲେଖଯୋଗ୍ୟ, ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ ଗ୍ରୁପ୍ କରୋନା  ଭାଇରସ୍‌ରୁ  ବଞ୍ଚିବା ପାଇଁ ଏକ ଔଷଧ ପ୍ରସ୍ତୁତ କରିଥିଲା। ଯାହାର ନାମ କରୋନିଲ। ଏହି ଔଷଧକୁ ଗତ ଶୁକ୍ରବାର ଲଞ୍ଚ  କରାଯାଇଛି। ଏହି ଅବସରରେ କେନ୍ଦ୍ର ସରକାରଙ୍କ ଦୁଇ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଓ ଡ. ହର୍ଷବର୍ଦ୍ଧନ ମଧ୍ୟ ଉପସ୍ଥିତ ଥିଲେ। ଏବେ ଆଇଏମଏ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ନେଇ ପ୍ରଶ୍ନ ଉଠାଇଛି। କରୋନିଲର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ନଜର ଆସିଥିବା ଡ. ହର୍ଷବର୍ଦ୍ଧନ ଏବେ ବିବାଦ ଘେରରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.