Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

୯୮୦ ଟଙ୍କାରେ କରାନ୍ତୁ କରୋନା ଟେଷ୍ଟ, ଉଦ୍ଧବ ସରକାର ସ୍ଥିର କଲେ ଦାମ୍

27/10/2020 at 12:08 PM

ମୁମ୍ବାଇ ୨୭/୧୦: କରୋନା ମହାମାରୀରେ ପ୍ରଭାବିତ ମହାରାଷ୍ଟ୍ର ପାଇଁ ଉଦ୍ଧବ ସରକାର ଏବେ କରୋନା ଟେଷ୍ଟିଂକୁ ନେଇ ଗୁରୁତ୍ବପୂଣ୍ଣ ନିଷ୍ପତ୍ତି ନେଇଛନ୍ତି। କରୋନା ପରୀକ୍ଷାକୁ ନେଇ ଚତୁର୍ଥ ଥର ପାଇଁ ମୂଲ୍ୟ ନିଣ୍ଣୟ କରିଛନ୍ତି। ଏବେ ମାତ୍ର ୯୮୦ ଟଙ୍କାରେ କରୋନା ପରୀକ୍ଷା କରାଯିବ। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିରେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ଅଧିକ ସହଜ ହେବ ବୋଲି କୁହାଯାଉଛି।

ରାଜ୍ୟରେ କରୋନା ପରୀକ୍ଷା ପାଇଁ ନୂଆ ମୂଲ୍ୟ ସ୍ଥିର ହୋଇଛି। ତେବେ ଯେଉଁମାନେଙ୍କୁ ଏଣିକି କରୋନା ପରୀକ୍ଷା କରାଇବାର ଅଛି ସେମାନଙ୍କୁ ୯୮୦ ଟଙ୍କା ତଥା ଅତି ବେଶୀରେ ୧୮୦୦ ଟଙ୍କା ଖର୍ଚ କରିବାକୁ ପଡ଼ିବ। ସରକାର କରୋନା ପରୀକ୍ଷାକୁ ତିନିଟି ଶ୍ରେଣୀରେ ବିଭକ୍ତ କରିଛନ୍ତି। ଅର୍ଥାତ ୯୮୦, ୧୪୦୦ ଓ ୧୮୦୦ ଟଙ୍କା।

ମହାରାଷ୍ଟ୍ରରେ ଯେକୌଣସି କରୋନା ଲ୍ୟାବରେ କରୋନା ପରୀକ୍ଷା ପାଇଁ ୯୮୦ ଟଙ୍କା ଦେବାକୁ ପଡ଼ିବ। କୋଭିଡ ସେଣ୍ଟର ବା ହସପିଟାଲରେ ପରୀକ୍ଷା କରାଇବା ପାଇଁ ୧୪ ଶହ ଟଙ୍କା। ସେହିପରି ରୋଗୀଙ୍କ ଘରକୁ ଯାଇ କରୋନା ପରୀକ୍ଷା କରାଇବା ପାଇଁ ୧୮ଶହ ଟଙ୍କା ଦେବାକୁ ପଡ଼ିବ। ସମସ୍ତଙ୍କ ପାଖରେ କରୋନା ପରୀକ୍ଷା ପହଞ୍ଚାଇବା ପାଇଁ ଏଭଳି ମୂଲ୍ୟ ସରକାର ସ୍ଥିର କରିଛନ୍ତି। ଏହା ପୂର୍ବରୁ ୨୦୦ ଟଙ୍କା ଅଧିକ ଦେବାକୁ ପଡ଼ୁଥିଲା।

   Related Posts