Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ଟିକ୍‌ଟକ୍‌ ଷ୍ଟାର ଆତ୍ମହତ୍ୟା କେସ୍: ଇସ୍ତଫା ଦେଲେ ଉଦ୍ଧବଙ୍କ ମନ୍ତ୍ରୀ, ଯୁବତୀଙ୍କ ସହ ସଂପର୍କ ଥିବା ନେଇ ହୋଇଥିଲା ଅଭିଯୋଗ

28/02/2021 at 5:20 PM

ମୁମ୍ବାଇ ୨୮।୦୨: ୨୨ ବର୍ଷୀୟ ଟିକ୍‌ଟକ୍‌ ଷ୍ଟାରଙ୍କ ଆତ୍ମହତ୍ୟା କେସ୍‌ରେ ନାଁ ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ରରେ ଶିବସେନା କୋଟାରୁ ମନ୍ତ୍ରୀ ହୋଇଥିବା ସଞ୍ଜୟ ରାଠୋର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଜଙ୍ଗଲ ମନ୍ତ୍ରୀ ରାଠୋର ରବିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟି କ୍ୟାବିନେଟ୍‌ରୁ ନିଜର ଇସ୍ତଫା ଦେଇଛନ୍ତି। ସୋମବାର ମହାରାଷ୍ଟ୍ରରେ ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ବିରୋଧୀ ରାଠୋରଙ୍କ ବାହାନାରେ ଉଦ୍ଧବ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି କରିଥିଲେ। ରାଠୋର କହିଛନ୍ତି, ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ହେଉଥିବା ହୀନ ରାଜନୀତି କାରଣରୁ ସେ ଇସ୍ତଫା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୨ ବର୍ଷୀୟ ଟିକ୍‌ଟକ୍‌ ଷ୍ଟାର ପୂଜା ଚହ୍ଵାଣ ବିଡ୍‌ ଜିଲ୍ଲାର ନିବାସୀ ଥିଲେ। ପୁଣେର ହଡପସର କ୍ଷେତ୍ରରେ ସ୍ଥିତ ଏକ କୋଠାରେ ଫ୍ଲାଟ୍‌ର ବାଲକୋନୀରୁ ଖସି ପଡିବା ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଯୁବତୀ ଟିକ୍‌ଟକ୍ ଏବଂ ଇନଷ୍ଟାଗ୍ରାମ ପରି ପ୍ଲାଟର୍ଫମରେ ନିଜର ଭିଡିଓ ପୋଷ୍ଟ କରିବା କାରଣରୁ ଲୋକପ୍ରିୟ ଥିଲେ। ଯୁବତୀଙ୍କ ଆତ୍ମହତ୍ୟା ପରଠୁ ସାମାଜିକ ଗଣମାଧ୍ୟମରେ ରାଠୋରଙ୍କ ସଂପୃକ୍ତିକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ମଧ୍ୟ ଘଟଣାରେ ଏଫଆଇଆର ବିଳମ୍ବରେ ରୁଜୁ କରିବା ନେଇ ପ୍ରଶ୍ନ ଉଠାଇଥିଲେ।

ବିଜେପି ଏହି ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା। ମନ୍ତ୍ରୀ ଇସ୍ତଫା ନଦେଲେ ପୁଣେ ପୋଲିସ ଚାପରେ ରହିବ ଏବଂ ନିରପେକ୍ଷ ତଦନ୍ତ ହୋଇ ପାରିବ ନାହିଁ ବୋଲି କହିଥିଲା। ବିଜେପିର ନେତାମାନେ ରାଜ୍ୟର ଅନେକ ଜାଗାରେ ପ୍ରଦର୍ଶନ ମଧ୍ୟ କରିଥିଲେ। ଯଦି ରାଠୋର ଇସ୍ତଫା ନଦେବେ ତେବେ ବିଧାନସଭା ଅଧିବେଶନ ଚାଲିବାକୁ ଦିଆଯିବ ନାହିଁ ବୋଲି ବିଜେପି ଧମକ ଦେଇଥିଲା।

ଉଲ୍ଲେଖଯୋଗ୍ୟ, କିଛି ସମୟ ପୂର୍ବେ ସାମାଜିକ ଗଣମାଧ୍ୟମ ଏବଂ ବିଜେପି ଦ୍ଵାରା ଦାବି କରାଯାଇଥିଲା ଯେ, ଫେବୃଆରୀ ୮ରେ ପୁଣେର ହଡପସର ଇଲାକାରେ ଏକ କୋଠାରୁ ଖସି ଯେଉଁ ଯୁବତୀଙ୍କ ମୃତ୍ୟୁ ଘଟିଥିଲା, ତାଙ୍କର ରାଜ୍ୟର ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସହ ସଂପର୍କ ଥିଲା।

   Related Posts