Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

୨ ଦିନ ପରେ ଲିଭିଲା ମୁମ୍ବାଇ ମଲ୍ ନିଆଁ, ୬ ଜଣ ଦମକଳ କର୍ମଚାରୀ ଗୁରୁତର ଆହତ

25/10/2020 at 1:21 PM

ମୁମ୍ବାଇ ୨୫/୧୦: ମୁମ୍ବାଇର ସିଟି ସେଣ୍ଟର ମଲ୍‌ରେ ଗୁରୁବାର ଲାଗିଥିବା ନିଆଁ ଆଜି (ରବିବାର) ସକାଳେ ଲିଭିଛି। ତେବେ ଏବେ ବି କୁଲିଙ୍ଗ ଅପରେସନ ଜାରି ରହିଛି। ମୁମ୍ବାଇ ଫାୟର ବ୍ରିଗେଡ କହିଛି ସିଟି ସେଣ୍ଟର ମଲ ନିଆଁକୁ ଦୀର୍ଘ ୫୬ ଘଣ୍ଟା ପରେ ଆଜି ସକାଳ ୫.୦୮ରେ ଲିଭାଇବାରେ ସକ୍ଷମ ହୋଇଛି। ମଲରେ ମୋବାଇଲ ଫୋନ, ବ୍ୟାଟେରି, ଚାର୍ଜର ଭଳି କୌଣସି ସେମିତି କିଛି ଜିନିଷ ହୁଏତ ଥିଲା ଯେଉଁଥିପାଇଁ ନିଆଁ ଲାଗିଛି।

ମଲ ନିକଟରେ ଥିବା ଏକ କୋଠାରୁ  ୩ ହଜାର ୫୦୦ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ମୁମ୍ବାଇ ସେଣ୍ଟ୍ରାଲ ଇଲାକାରେ ଥିବା ସିଟି ସେଣ୍ଟର ମଲରେ ଗୁରୁବାର ରାତି ୮ଟା ୫୦ ମିନିଟରେ ନିଆଁ ଲାଗିଥିଲା। ଏହା ସହ ମଲରେ ଥିବା ୩୦୦ ଲୋକଙ୍କୁ ମଧ୍ୟ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା।

ଦମକଳର ୨୨୮ ବଡ଼ ଟ୍ୟାଙ୍କର ମୁତୟନ କରାଯାଇ ଥିଲା। ନିଆଁ ଏମିତି ରୂପ ନେଇଥିଲା ଯେ ୪୦୦ ଦୋକାନକୁ ବ୍ୟାପି ଯାଇଥିଲା। ଏହା ସହ ନିଆଁ ଝୁଲା ଉପରୁ ଖସୁଥିବାରୁ ଏଥିରେ ଦମକଳ କର୍ମଚାରୀଙ୍କୁ ଅଧିକ ହଇରାଣ ହେବାକୁ ପଡ଼ିଛି। ନିଆଁ ଲିଭାଇବା ସମୟରେ ୬ ଜଣ ଦମକଳ କର୍ମଚାରୀ ଗୁରୁତର ଆାହତ ହୋଇଛନ୍ତି। ସେମାନଙ୍କୁ ହସପିଟାଲରେ ଭର୍ତି କରାଯାଇଛି।

ନିଆଁ ମଲର ଦ୍ବିତୀୟ ମହଲାରେ ଥିବା ଏକ ମୋବାଇଲ ଦୋକାନରେ ଲାଗିଥିଲା। ଏ ମଲରେ ଥିଲା ଅଧିକାଂଶ ମୋବାଇଲ ଦୋକାନ । ଜଣେ ପୋଲିସ ଅଧିକାରୀ କହିଛନ୍ତି ମଲ୍‌ରେ ନିଆଁ ଲାଗିବାମାତ୍ରେ ସେଠାରୁ ୩୦୦ ଲୋକଙ୍କୁ ବାହାରକୁ ଅଣାଯାଇ ଥିଲା। ତେବେ ନିଆଁ ରାତି ୧୦ଟା ୪୫ ମିନିଟରେ ଦ୍ବିତୀୟ ମହଲାକୁ ବ୍ୟାପିଯାଇ ପୁଣି ତୃତୀୟ ମହଲାରେ ପହଞ୍ଚିଥିଲା। ଏବେ ସୁଦ୍ଧା ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

   Related Posts