Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମହାରାଷ୍ଟ୍ରରେ LockDown 4.0: ପୂରା ରାଜ୍ୟରେ ମେ ୩୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍‌

17/05/2020 at 2:56 PM

ମୁମ୍ବାଇ ୧୭।୦୫: କରୋନା ଭୂତାଣୁ ସଂକ୍ରମଣର ଭୟଙ୍କର ସ୍ଥିତି ଦେଇ ଗତି କରୁଥିବା ମହାରାଷ୍ଟ୍ର ସରକାର ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କୋଭିଡ୍-୧୯ ସଂକ୍ରମଣ ପ୍ରତିରୋଧ ଲାଗି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ସରକାର ଲକ୍‌ଡାଉନ୍‌ ୪.୦ ମେ ୩୧ ପର୍ଯ୍ୟନ୍ତ ବଢାଇଛନ୍ତି। ମାତ୍ର ଦୁଇ ଦିନ ପୂର୍ବେ ହଟ୍‌ସ୍ପଟ୍‌ ଅଞ୍ଚଳରେ ଲକ୍‌ଡାଉନ୍ ବଢାଯାଇଥିଲା, ମାତ୍ର ଏବେ ପୂରା ରାଜ୍ୟରେ ଏହାକୁ ଲାଗୁ କରାଯାଇଛି।

ମହାରାଷ୍ଟ୍ର ସରକାର ରବିବାର ଲକ୍‌ଡାଉନ୍‌ ୩.୦ର ଅନ୍ତିମ ଦିନରେ ଆଦେଶ ଜାରି କରି ଏହି ସୂଚନା ଦେଇଛନ୍ତି। ଏବେ ସରକାରୀ ପ୍ରଶାସନକୁ ଗାଇଡ୍‌ ଲାଇନ୍‌ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଜାବ ପରେ ମହାରାଷ୍ଟ୍ର ଦ୍ଵିତୀୟ ରାଜ୍ୟ ଭାବେ ଲକ୍‌ଡାଉନ୍‌କୁ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ମୁଖ୍ୟ ସଚିବ ଅଜୟ ମେହଟ୍ଟା ଲକ୍‌ଡାଉନ୍‌ର ଅବଧି  ବିସ୍ତାର ନେଇ ଏକ ଆଦେଶ ଜାରି କରିଛନ୍ତି। ଆଦେଶରେ କୁହାଯାଇଛି, ଲକ୍‌ଡାଉନ୍‌ ୪.୦ରେ କଣ କଣ ରିହାତି ମିଳିବ ସେ ନେଇ ପର୍ଯ୍ୟାୟକ୍ରମେ ଅଧିସୂଚନା ଜାରି କରାଯିବ। ସଂପ୍ରତି ଲକ୍‌ଡାଉନ୍ ୩.୦ ମେ ୧୭ ଅର୍ଥାତ ଆଜି ଶେଷ ହେଉଛି। ଲକ୍‌ଡାଉନ୍‌ ୪.୦ ସୋମବାରଠୁ ଲାଗୁ ହେବ। ଚତୁର୍ଥ ପର୍ଯ୍ୟାୟରେ କିଛି କୋହଳ କରାଯିବ। ଗ୍ରୀନ ଜୋନ୍ ଓ ଅରେଞ୍ଜ ଜୋନରେ ଅଧିକ ସେବା ଆରମ୍ଭ କରିବା ପରିପ୍ରେକ୍ଷୀରେ ଲୋକଙ୍କୁ ଅଧିକ ରିହାତି ମିଳିବ। ଏବେ କେବଳ ଜରୁରୀକାଳୀନ ସେବା ଜାରି ରହିବ।  

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ଅଦ୍ୟାବଧି କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୦୦ରୁ ଅଧିକ ରହିଛି। ରାଜ୍ୟରେ କୋଭିଡ୍-୧୯ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ୭୦୬ ରହିଛି। ଏଥିରୁ ୧୧୩୫ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ମୁମ୍ବାଇରେ ଏକାକୀ ସଂକ୍ରମିତ ସଂଖ୍ୟା ୧୮ ହଜାର ୫୫୫ ରହିଛି। ମାୟାନଗରୀରେ ମହାମାରୀ କରୋନା ୬୯୬ ଜଣଙ୍କ ପ୍ରାଣ ନେଇ ସାରିଛି।

   Related Posts