Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ମହାରାଷ୍ଟ୍ରରେ ପୁଣି ଫେରିବ ଲକ୍‌ଡାଉନ୍‌ ? ଉପମୁଖ୍ୟମନ୍ତ୍ରୀ କହିଲେ- ୮ ରୁ ୧୦ ଦିନରେ ଭିତରେ ନିଆଯିବ ନିଷ୍ପତ୍ତି

22/11/2020 at 5:39 PM

ମୁମ୍ବାଇ ୨୨।୧୧: ମହାରାଷ୍ଟ୍ରରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ପୁଣି ଲକଡାଉନର ଆଶଙ୍କା କରାଯାଉଛି।  ଗତ ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକଡାଉନ୍‌ର ଭୟ ଲୋକଙ୍କ ମନରୁ ଯାଇନି। ଏଥିରେ ବଢୁଥିବା ସଂକ୍ରମଣ ଯୋଗୁ ଲୋକେ ଅଗ୍ରୀମ ବ୍ୟବସ୍ଥାରେ ଲାଗି ପଡିଲେଣି। ଏଣୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ରବିବାର ପ୍ରସଙ୍ଗରେ  ଲୋକଙ୍କୁ ଆଶ୍ୱସ୍ତ କରିଛନ୍ତି। ଉପୁଜିଥିବା ପରିସ୍ଥିତିର ସମୀକ୍ଷା ପରେ ଯାଇ ଯାହା ନିଷ୍ପତ୍ତି ହେବ ବୋଲି କହିଛନ୍ତି ପାୱାର। ଏଣୁ ଲକଡାଉନ୍‌କୁ ନେଇ ଲୋକଙ୍କୁ ଆତଙ୍କିତ ଅଥବା ଆଶଙ୍କିତ ନ ହେବା ଲାଗି ପରାମର୍ଶ ଦେଇଛନ୍ତି।

ଆଗାମୀ ୨-୩ଦିନରେ ରାଜ୍ୟରେ କରୋନା ଜନିତ ପରିସ୍ଥିତିର ସମୀକ୍ଷା ହେବ। ସେତେବେଳେ ଲକଡାଉନକୁ ନେଇ ଆଗାମୀ ପଦକ୍ଷେପ ସମ୍ପର୍କରେ ବିଚାର କରାଯିବ ବୋଲି ପାୱାର କହିଛନ୍ତି। ସେ କହିଛନ୍ତି ଯେ ଦିପାବଳୀ ସମୟରେ ବଜାରରେ ବେଶ୍ ଭିଡ ହୋଇଥିଲା। ଏପରି ପରିସ୍ଥିତି ଗତ ଗଣେଶ ଚତୁର୍ଥୀ କାଳରେ ମଧ୍ୟ ଦେଖାଯାଇଛି। ଏଣୁ ଆମେ ଏବେ ସମ୍ପର୍କିତ ବିଭାଗଙ୍କ ସହ ଆଲୋଚନା କରୁଛୁ। ଆଗାମୀ ୮-୧୦ଦିନର ସ୍ଥିତି ସମୀକ୍ଷା ପରେ ଲକଡାଉନ କରାଯିବ କି ନା ସେ ନେଇ ଯାହା ନିଷ୍ପତ୍ତି ହେବ ବୋଲି ପାୱାର କହିଛନ୍ତି।

ମହାରାଷ୍ଟ୍ରରେ କରୋନା ଭାଇରସ ସଂକ୍ରମଣର ୫ହଜାର ୭୬୦ ନୂଆ ମାମଲା ସାମ୍ନାକୁ ଆସିଛି। ଫଳରେ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭ଲକ୍ଷ ୭୪ ହଜାର ୪୫୫ ହୋଇଯାଇଛି। ଏଥିରେ ସରକାର ପୁଣି ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି। ଏଥିଲାଗି ଅନେକ କଡା କଟକଣା ମଧ୍ୟ ଜାରି କରିଛନ୍ତି। ସ୍କୁଲ ପୁଣି ଚାଲୁ କରିବା ଲାଗି ସରକାର ଅଲଗା ଅଲଗା ନିୟମ ମଧ୍ୟ କରିଛନ୍ତି। ତେବେ ଉପୁଜିଥିବା ପରିସ୍ଥିତିରେ ଲୋକେ ରାଜ୍ୟରେ କରୋନା ଦ୍ୱିତୀୟ ଲହର ଆସିଥିବା ଆଶଙ୍କାରେ ଆତଙ୍କିତ ହୋଇପଡିଛନ୍ତି।

   Related Posts