ଲଗାଣ ବର୍ଷାରେ ସାରା ମୁମ୍ବାଇ ଉବୁଟୁବୁ, ସମସ୍ତ ସ୍କୁଲ-କଲେଜ ବନ୍ଦ
2/07/2019 at 8:42 AM

ମୁମ୍ବାଇ ୨|୭: ଲଗାଣ ବର୍ଷାରେ ସାରା ମୁମ୍ବାଇ ଉବୁଟୁବୁ । ସହରର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି । ସ୍ଥିତି ଦେଖି ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ-କଲେଜ ବନ୍ଦ କରି ଦିଆଯାଇଛି । ଟ୍ରେନ୍ ଲାଇନ୍ ଠାରୁ ଆରମ୍ଭ କରି ରାସ୍ତା ଉପରେ ପାଣି ଲହଡି ମାରୁଛି । ରେଳ ଧାରଣା ଉପରେ ପାଣି ଚାଲୁଥିବାରୁ ଅନେକ ଟ୍ରେନ୍ ଯାତାୟତ ରଦ୍ଦ କରି ଦିଆଯାଇଛି । ଲୋକାଲ ଟ୍ରେନ ଯାତାୟତ ବାଧାପ୍ରାପ୍ତ ହୋଇଛି । ଆଜି ବି ମୁଷଳ ଧାରାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି । ମୁମ୍ବାଇରେ ସମସ୍ତ ଅଫିସ ଛୁଟି ଘୋଷଣା କରି ଦିଆଯାଇଛି ।
Related Posts
ରେଷ୍ଟୁରାଣ୍ଟରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
6 March 2021