Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କରୋନା ମାମଲାରେ ଚୀନକୁ ଟପିଲା ମହାରାଷ୍ଟ୍ର, ସଂକ୍ରମିତ ସଂଖ୍ୟା ୮୫ ହଜାର ପାର

7/06/2020 at 8:30 PM

ମୁମ୍ବାଇ ୦୭।୦୬: କରୋନା ଭାଇରସ୍‌ ସଂକ୍ରମିତ ମାମଲାରେ ମହାରାଷ୍ଟ୍ର ଏବେ ଚୀନଠୁ ଟପି ଯାଇଛି। ମହାରାଷ୍ଟ୍ରରେ ଗୋଟିଏ ଦିନରେ ୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ମହାରାଷ୍ଟ୍ରରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୫ ହଜାର ଅତିକ୍ରମ କରିଛି।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୩୦୦୭ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରେ ମହାରାଷ୍ଟ୍ରରେ କରୋନା ସଂକ୍ରମିତ ସଂଖ୍ୟା ୮୫,୯୭୫ ହୋଇଛି। କରୋନା ଭୂତାଣୁ ସଂକ୍ରମଣ ଚୀନର ଉହାନ ସହରରୁ ବ୍ୟାପିବା ଆରମ୍ଭ ହୋଇ ଯାଇଥିଲା। ଚୀନରେ ଏବେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି ଏବଂ ଏ ପର୍ଯ୍ୟନ୍ତ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୮୩,୦୩୬ ରହିଛି।

ଅନ୍ୟପଟେ ମହାରାଷ୍ଟ୍ରରେ କରୋନା କାରଣରୁ ମୃତକ ସଂଖ୍ୟା ୩ ହଜାର ଟପିଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣ କାରଣରୁ ୯୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ ଏ ପର୍ଯ୍ୟନ୍ତ କରୋନା ଭାଇରସ୍‌ କାରଣରୁ ୩୦୬୦ ଲୋକଙ୍କ ମୃତ୍ୟୁ ଘଟି ସାରିଛି।

ମହାରାଷ୍ଟ୍ରରେ ଏହି ୨୪ ଘଣ୍ଟାରେ ୧୯୨୪ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଏହା ସହିତ ରାଜ୍ୟରେ ଅଦ୍ୟାବଧି ୩୯,୩୧୪ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମହାରାଷ୍ଟ୍ରରେ ମୁମ୍ବାଇ କରୋନାରେ ସବୁଠୁ ଅଧିକ ପ୍ରଭାବିତ ଇଲାକା। ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୧୪୨୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହା ସହିତ ମୁମ୍ବାଇରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତ ସଂଖ୍ୟା ୪୮,୭୭୪  ହୋଇଛି। ଏହା ସହିତ ମୁମ୍ବାଇରେ କରୋନା କାରଣରୁ ଗତ ୨୪ ଘଣ୍ଟାରେ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ଏ ପର୍ଯ୍ୟନ୍ତ ମୋଟ୍ ୧୬୩୮ ଜଣଙ୍କ କରୋନାରେ ମୃତ୍ୟୁ ଘଟି ସାରିଛି।

   Related Posts