ଏହି ରାଜ୍ୟରେ ଆସନ୍ତା ୨-୪ ସପ୍ତାହ ମଧ୍ୟରେ ଆସିପାରେ କରୋନାର ତୃତୀୟ ଲହର, ଟାସ୍କ ଫୋର୍ସର ଚେତାବନୀ

Published By : Prameya-News7 Bureau | June 17, 2021 IST

ମୁମ୍ବାଇ ୧୭/୦୬ : କରୋନାର ତୃତୀୟ ଲହର ଆସନ୍ତା ଦୁଇ ଚାରି ସପ୍ତାହ ମଧ୍ୟରେ ମହାରାଷ୍ଟ୍ରକୁ ଆସିପାରେ। କୋଭିଡ ପାଇଁ ଗଠନ ହୋଇଥିବା ରାଜ୍ୟ ଟାସ୍କ ଫୋର୍ସ ଏନେଇ ଚେତାବନୀ ଦେଇଛି। ଟାସ୍କ ଫୋର୍ସ କହିଛି ଯେ ତୃତୀୟ ଲହର ପିଲାମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ। ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ଆକଳନ କରାଯାଇଛି।

ଟାସ୍କଫୋର୍ସ ସଂକେତ ଦେଇଛି ଯେ ଦ୍ୱିତୀୟ ଲହରରେ ଆକ୍ଟିଭ ମାମଲା ସହିତ ସମୁଦାୟ ମାମଲା ଦ୍ୱିଗୁଣିତ ହୋଇପାରେ। ଟାସ୍କ ଫୋର୍ସ କହିବାନୁଯାୟୀ ଆକ୍ଟିଭ ମାମଲା ୮ ଲକ୍ଷରେ ପହଞ୍ଚିପାରେ। ୧୦% ମାମଲା ଶିଶୁ କିମ୍ବା ଯୁବକ ବୟସ୍କଙ୍କ ସହ ଜଡିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଟାସ୍କଫୋର୍ସର ସଦସ୍ୟ ଡ. ଶଶାଙ୍କ ଯୋଶୀ COVID ପ୍ରୋଟୋକଲ ପାଳନ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ମହାରାଷ୍ଟ୍ର ବ୍ରିଟେନ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇପାରେ l ଯେଉଁଠାରେ ଦ୍ୱିତୀୟ ଲହର କମିବାର ଚାରି ସପ୍ତାହ ମଧ୍ୟରେ ତୃତୀୟ ଲହର ଆସିଥିଲା। ଟାସ୍କଫୋର୍ସ ପୂର୍ବରୁ ମତ ରଖିଥିଲା ଯେ ତୃତୀୟ ଲହରରେ ନିମ୍ନ ମଧ୍ୟବିତ୍ତ ବର୍ଗ ଅଧିକ ପ୍ରଭାବିତ ହେବେ କାରଣ ସେମାନେ ପ୍ରଥମ ଦୁଇଟି ଲହରରେ ଭାଇରସରୁ ବଞ୍ଚି ଯାଇଥିଲେ କିମ୍ବା ସେମାନଙ୍କ ଆଣ୍ଟିବଡି ହ୍ରାସ ପାଇଛି।

{"id":467398,"sizeSlug":"large","linkDestination":"none"}

ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୈଠକରେ କହିଛନ୍ତି ଯେ ଦେଶକୁ ୪୨ କୋଟି ଟିକା ମିଳିବ ଏବଂ ରାଜ୍ୟ ଏଥିରୁ ଲାଭ ହେବେ। ମୃତ୍ୟୁ ହାର ହ୍ରାସ କରିବା ପାଇଁ ଟାସ୍କଫୋର୍ସ ଟୀକାକରଣ ଉପରେ ଗୁରୁତ୍ୱାରୋପ କରିଛି। କରୋନାର ପ୍ରଥମ ଲହରରେ ମହାରାଷ୍ଟ୍ରରେ ରୋଗୀଙ୍କ ସଂଖ୍ୟା ୨୦୨୦ ସେପ୍ଟେମ୍ବର ୧୩ ତାରିଖରେ ସର୍ବାଧିକ ୩ ଲକ୍ଷ ୧ ହଜାର ୭୫୨ ଥିଲା। ଚଳିତ ବର୍ଷ ଏପ୍ରିଲ ୨୨ ରେ ଦ୍ୱିତୀୟ ଲହର ସମୟରେ ସଂକ୍ରମଣ ସଂଖ୍ୟା ୬ ଲକ୍ଷ ୯୯ ହଜାର ୮୫୮ ଥିଲା। ଗତ ବର୍ଷ ସେପ୍ଟେମ୍ବର ୯ ରେ ରାଜ୍ୟରେ ପଜିଟିଭ ହାର ୨୩.୫୩% ଥିଲା ଯାହା ଚଳିତ ବର୍ଷ ଏପ୍ରିଲ ୮ ରେ ୨୪.୯୬% ରେ ପହଞ୍ଚିଥିଲା।ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ବିଭାଗ ସୂଚନାନୁସାରେ, ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୫୯ ଲକ୍ଷ ୩୪ ହଜାର ୮୮୦ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୩୯୦ରେ ପହଞ୍ଚିଛି। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ଏହି ମହାମାରୀରୁ ୫୬ ଲକ୍ଷ ୭୯ ହଜାର ୭୪୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଲକ୍ଷ ୩୬ ହଜାର ୬୬୧ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.