Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମାନବିକତା ଭୁଲିଗଲେ, ମିଛ ପାଇଁ କୋର୍ଟ ଦେଲେ ୫ବର୍ଷ ଜେଲ୍‌

31/01/2020 at 3:31 PM

ମୁମ୍ବାଇ ୩୧।୦୧: ମହାରାଷ୍ଟ୍ର ଠାଣେର  ଏକ କୋର୍ଟଙ୍କ ଉଲ୍ଲେଖନୀୟ ନିର୍ଦ୍ଦେଶ  । ଦୁର୍ଘଟଣାରେ ଶୀକାର ହୋଇତିବା ବ୍ୟକ୍ତିଙ୍କୁ ଉପଯୁକ୍ତ ସମୟରେ ମେଡିକାଲରେ ଭର୍ତ୍ତି ନକରିବାରୁ ୫ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି । ଠାଣେର ଜିଲ୍ଲା ଜଜ୍ ଏହି ରାୟ ଶୁଣାଇଛନ୍ତି । ଦୋଷୀ ୨ଜଣ ସମ୍ପର୍କରେ ଭାଇ ବୋଲି ଜଣାପଡିଛି । ଜଜ୍‌ RV Tamhanekar କଲ୍ୟାଣ ରମେଶ କୋଟ (୩୭) ଓ ନାରାୟଣ କୋଟ (୩୧)ଙ୍କୁ ସେକ୍ସନ ୩୦୪ରେ ୨୦ହଜାର ଟଙ୍କା ଜୋରିମାନା ମଧ୍ୟ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।   ଦୁର୍ଘଟଣାରେ ଶୀକାର ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ ଅନିଲ ଦଗଜୁ ରଣଦୀବେ ବୋଲି ଜଣାପଡିଛି ।

ମୃତକ ଅନିଲ କୋଚଭ୍ରାତାଙ୍କ ଅଟୋ ରିକ୍ସା ଚଲାଉଥିଲେ । ୨୦୧୬ରେ ରଣଦୀବେ ତାଙ୍କ ଅଟୋ ଫେରାଉନଥିବା କହି ଦୁଇ ଭାଇ ପୋଲିସ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ସପଟେ ଅନୀଲ ଦୁର୍ଘଟଣାରେ ଶୀକାର ହୋଇ ରାସ୍ତାରେ ପଡିରହିଥିଲେ । ଅନୀଲଙ୍କୁ ଦୁର୍ଘଟଣା ହୋଇଛି ବୋଲି ଦୁଇ ଭାଇଙ୍କୁ ଜଣାଥିଲା । ପୋଲିସ ତଦନ୍ତ କରୁଥିବା ସମୟରେ ଜଣାବାକୁ ପାଇଥିଲା ଯେ, ଅନୀଲ ଦୁର୍ଘଟଣାରେ ଶୀକାର କଥା ଦୁଇ ଭାଇ ଜାଣିଥିଲେ । ଏବଂ ଠିକ୍ ସମୟରେ ଅନୀଲଙ୍କୁ ମେଡିକାଲରେ ଭର୍ତ୍ତି କରିପାରିନଥିଲା । ବହୁ ସମୟ ଧରି ଅନୀଲ ରାସ୍ତାରେ ପଡିରହିଥିଲେ , କିଛି ସମୟ ପରେ ଦୁଇ ଭାଇ ଆସି ତାଙ୍କୁ ମେଡିକାଲକୁ ନେବା ପାଇଁ ଉଦ୍ୟମ କରିଥିଲା । ଅନୀଲ ମେଡିକାଲରେ ପହଞ୍ଚିବା ପୂର୍ବରୁ, ତାଙ୍କର ମୃତ୍ୟୁ ହୋଇସାରିଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ ରାୟ ପ୍ରକାଶ କରିଛନ୍ତି ।

   Related Posts