ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୬୩ ହଜାର ସଂକ୍ରମିତ ଚିହ୍ନଟ, ୮୦୦ରୁ ଅଧିକ ଜୀବନ ନେଲା କରୋନା

Published By : Prameya-News7 Bureau | April 30, 2021 IST

ମୁମ୍ବାଇ ୩୦/୪: ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୬୨,୯୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ୮୨୮ ଲୋକଙ୍କ ଜୀବନ ନେଇଛି କରୋନା। ମହାରାଷ୍ଟ୍ରରେ ମୋଟ ମୃତକଙ୍କ ସଂଖ୍ୟା ୬୮,୮୧୩ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରିପୋର୍ଟରେ ଜଣାପଡ଼ିଛି ଗୁରୁବାର ତୁଳନାରେ ମହାରାଷ୍ଟ୍ରରେ ଆଜି ୩୨୪୦ ମାମଲା କମ୍‌ ଆସିଛି।

ଗୋଟିଏ ଦିନ ପୂର୍ବରୁ ରାଜ୍ୟରେ ୬୬,୧୫୯ ସଂକ୍ରମିତ ଚିହ୍ନଟ ହୋଇଥିଲେ। କିନ୍ତୁ ମୃତକଙ୍କ ସଂଖ୍ୟା ବଢ଼ିଛି।  ଗୁରୁବାର ରାଜ୍ୟରେ ୭୭୧  ଲୋକଙ୍କ ଜୀବନ ନେଇଥିଲା କରୋନା। କିନ୍ତୁ ଅଧିକାରୀଙ୍କ କହିବା କଥା ହେଲା ୭୭୧ ମୃତକଙ୍କ ମଧ୍ୟରୁ ୩୮୩ ମୃତ୍ୟୁ ଗତ ୪୮ ଘଣ୍ଟାରେ ହୋଇଥିଲା।

୧୬୫ ମୃତ୍ୟୁ ଗତ ସପ୍ତାହେ ମଧ୍ୟରେ ହୋଇଛି। ବାକି ୨୨୩ ମୃତ୍ୟୁ ଗତ ସପ୍ତାହରେ ହୋଇଥିଲା। ଏ ସମସ୍ତ ସଂଖ୍ୟାକୁ ମିଶାଇ ଗୁରୁବାର ଦିଆଯାଇଥିଲା। ଗତ ୨୪ ଘଣ୍ଟାରେ ୨.୯୦ ଲକ୍ଷ ସାମ୍ପଲ୍‌ ଯାଞ୍ଚ କରାଯାଇଛି। ଗୁରୁବାର ତୁଳନାରେ ଆଜି ୧୯୯୪ ଅଧିକ ସାମ୍ପଲ୍‌ର ଯାଞ୍ଚ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.