Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||

ରାଜସ୍ଥାନ ଡ୍ରାମା ଉପରେ ଦେଲେ ଉପଦେଶ, ଦଳରୁ ନିଲମ୍ବିତ ହେଲେ କଂଗ୍ରେସର ବରିଷ୍ଠ ନେତା ସଞ୍ଜୟ ଝା

14/07/2020 at 11:11 PM

ମୁମ୍ବାଇ ୧୪।୦୭: ରାଜସ୍ଥାନରେ ସଚିନ ପାଇଲଟ୍‌ ଏବଂ ତାଙ୍କ ଗୋଷ୍ଠୀ ଉପରେ  କାର୍ଯ୍ୟାନୁଷ୍ଠାନ ପରେ କଂଗ୍ରେସ ମଙ୍ଗଳବାର ଆଉ ଜଣେ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। କଂଗ୍ରେସ ମହାରାଷ୍ଟ୍ରରେ ଦଳର ବରିଷ୍ଠ ନେତା ତଥା ଦଳୀୟ ମୁଖପାତ୍ର ରହି ସାରିଥିବା ସଞ୍ଜୟ ଝାଙ୍କୁ ବାହାରର ରାସ୍ତା ଦେଖାଇଛି। ଏହା ପୂର୍ବରୁ ଝାଙ୍କୁ କଂଗ୍ରେସ ମୁଖପାତ୍ର ପଦରୁ ହଟାଇଥିଲା।

ପାର୍ଟି ବିରୋଧୀ କାର୍ଯ୍ୟକଳାପ ଏବଂ ଅନୁଶାସନ ଭାଙ୍ଗିବା ଅଭିଯୋଗରେ ସଞ୍ଜୟ ଝାଙ୍କୁ ପାର୍ଟିରୁ ନିଲମ୍ବିତ କରାଯାଇଥିବା କଂଗ୍ରେସ କହିଛି। ରାଜସ୍ଥାନରେ ଜାରି ରାଜନୈତିକ ଡ୍ରାମା ବେଳେ ସଞ୍ଜୟ ଝା କିଛି ପ୍ରସ୍ତାବ ଦେଇଥିଲେ।

ସଞ୍ଜୟ ଝା ମଙ୍ଗଳବାର ରାଜସ୍ଥାନରେ ଜାରି ରାଜନୈତିକ ସଙ୍କଟକୁ ନେଇ କଂଗ୍ରେସକୁ କିଛି ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ ଯେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ। ରାଜ୍ୟରେ ତିନି ଥର ମୁଖ୍ୟମନ୍ତ୍ରୀ ରହିଥିବା ଅଶୋକ ଗେହଲଟଙ୍କୁ ବଡ ଦାୟିତ୍ଵ ଦେଇ ଏମିତି ରାଜ୍ୟରେ ଦାୟିତ୍ଵ ଦେବା ଉଚିତ୍ ଯେଉଁଠି କଂଗ୍ରେସର ସ୍ଥିତି ଦୁର୍ବଳ ରହିଛି। ସେ ଏହା ମଧ୍ୟ କହିଥିଲେ ରାଜସ୍ଥାନରେ ପ୍ରଦେଶ କଂଗ୍ରେସକୁ ନୂତନ ସଭାପତି ଚୟନ କରିବା ଉଚିତ୍।

କିଛି ଦିନ ଦିନ ପୂର୍ବେ ସଞ୍ଜୟ ଝା ଏକ ଲେଖା ଜରିଆରେ ପାର୍ଟିର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ରର ଅଭାବ ରହିଛି। ପାର୍ଟିର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ନେଇ ସଞ୍ଜୟ ଝାଙ୍କୁ ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ପଦରୁ ହଟାଇ ଦିଆଯାଇଥିଲା। ପାର୍ଟି ପକ୍ଷରୁ ଜାରି ବିବୃତି ଅନୁଯାୟୀ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଝାଙ୍କୁ ତୁରନ୍ତ ପ୍ରଭାବରୁ ହଟାଇବାକୁ ମଞ୍ଜୁରୀ ଦେଇଥିଲେ।

   Related Posts