ସତ୍ତାର ଚକ୍ରବ୍ୟୁହରେ ଶିବସେନା ! ସୋନିଆଙ୍କୁ ଭେଟିବେ କଂଗ୍ରେସ ନେତା

Published By : Prameya-News7 Bureau | November 02, 2019 IST

ମୁମ୍ବାଇ ୨।୧୧: ବିଜେପି-ଶିବସେନା ମିଳିତ ଭାବେ ଚଳିତ ବିଧାନସଭା ନିର୍ବାଚନ ଲଢିଥିଲେ । ଦୁଇ ଦଳ ସରକାର ଗଢିବାକୁ ନିର୍ବାଚନରେ ଦାବି ମଧ୍ୟ କରୁଥିଲେ । କିନ୍ତୁ ଫଳାଫଳ ଆସିବାର ସପ୍ତାହେ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ବିଜେପି ଓ ଶିବସେନା ମଧ୍ୟରୁ କୌଣସି ଦଳ ସରକାର ଗଢିବା ନେଇ ଅନିଶ୍ଚିତତା ଦେଖାଦେଇଛି ।

{"id":177908,"width":576,"height":383}

ଶିବସେନା ପ୍ରମୁଖ ଉଦ୍ଦବ ଠାକ୍‌ରେ ନିଜ ପୁଅ ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଆଶା ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି । ଅନ୍ୟପଟେ ୫ନଭେମ୍ବରକୁ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ଲାଗି  ବିଜେପି ଏକ ଗୋଷ୍ଠୀ  ଜୋରସୋର ପ୍ରତ୍ସୁତି ଆରମ୍ଭ କରିସାରିଛି ବୋଲି ସୂଚନା ରହିଛି ।

{"id":177909,"width":580,"height":435}

ଶିବସେନା ସରକାର ଗଠନ ପାଇଁ ୫୦-୫୦ ଫର୍ମୁଲା ଲାଗୁ ନେଇ ବିଜେପି ଉପରେ ଚାପ ସୃଷ୍ଟି କରିବା ପାଇଁ ଏନସିପିର ନିକଟତର ହେଉଥିଲା ଶିବସେନା । କିନ୍ତୁ ଶିବସେନା- ଏନସିପି ଗଠବନ୍ଧନରେ ସରକାର ଗଢିବା ଏତେ ସହଜ ନୁହେଁ । କାରଣ  ସରକାର ଗଠନ କରିବାକୁ ହେଲେ ଶିବସେନାକୁ ଏନସିପି ସହିତ କଂଗ୍ରେସର ମଧ୍ୟ ସମର୍ଥନ ଦରକାର ପଡିବା।

{"id":177910}

ମହାରାଷ୍ଟ୍ରରେ ସରକାର ଗଢିବାର ଆଶା ନେଇ ଚାଲୁଥିବା ଶିବସେନାକୁ ଲାଗିଛି ଜୋରଦାର ଝଟକା । ଏନସିପି ପ୍ରମୁଖ ଶରଦ ପାଓ୍ବାର କହିଛନ୍ତି ଯେ ଜନତାଙ୍କ ଜନାଦେଶ ଆମ ପାଇଁ ବିପକ୍ଷରେ ବସିବାକୁ , ସରକାର ଗଢିବାକୁ ଜନତା ଆମକୁ ଜନାଦେଶ ଦେଇନାହାନ୍ତି । ତେଣୁ ଆମେ ବିପକ୍ଷରେ ବସିବାକୁ ପସନ୍ଦ କରିବୁ ବୋଲି ଶରଦ ପାଓ୍ବାର କହିଛନ୍ତି। ସେହିପରି ଶିବସେନାକୁ ସମର୍ଥନ ପ୍ରସଙ୍ଗରେ କଂଗ୍ରେସରେ ଦୁଇ ଭାଗ ଦେଖାଦେଇଛି । କଂଗ୍ରେସର କିଛି ନେତା ଶିବସେନାକୁ ସମର୍ଥନ ପାଇଁ ରାଜି ଥିବାବେଳେ କିଛି ନେତା ଏହି ପ୍ରସଙ୍ଗରେ ସହମତି ପ୍ରକାଶ କରୁନାହାନ୍ତି ।  ଶୁକ୍ରବାର ମହାରାଷ୍ଟ୍ର କଂଗ୍ରେସର କିଛି ନେତା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀକୁ ଭେଟିଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ । ଆଜି ସୋନିଆ ଗାନ୍ଧୀ ପାର୍ଟିର ନେତା ମାନଙ୍କ ସହ ଏକ ବୈଠକ ଡାକିଛନ୍ତି ଏବଂ ବୈଠକରେ ମହାରାଷ୍ଟ୍ରରେ ଶିବସେନାକୁ ସମର୍ଥନ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.