ମହାରାଷ୍ଟ୍ର ବିଧାନପରିଷଦ ଉପ ସଭାପତି ନିର୍ବାଚନ ମଙ୍ଗଳବାର, ବିଜେପିର ବିରୋଧ, ଉପମୁଖ୍ୟମନ୍ତ୍ରୀ କହିଲେ ଅବାଧରେ ହେଉ
7/09/2020 at 5:17 PM

ମୁମ୍ବାଇ ୭।୯: ମହାରାଷ୍ଟ୍ର ବିଧାନପରିଷଦ ଉପସଭାପତି ପଦବୀ ନିମନ୍ତେ ମଙ୍ଗଳବାର ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ସୋମବାର ଅପରାହ୍ନରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ତେବେ କରୋନା ମହାମାରୀ ଜନିତ ପରିସ୍ଥିତି ଲାଗି ନିର୍ବାଚନ ଏବେ ସ୍ଥଗିତ କରିବା ଲାଗି ବିଜେପି ଦାବି କରୁଥିଲା। ହେଲେ ଗୁରୁତ୍ୱପୂର୍ଣ୍ଣ ପଦବୀ ରିକ୍ତ ଥିବାରୁ ନିର୍ବାଚନ ଜରୁରି ବୋଲି ବିଧାନପରିଷଦ ସଭାପତି କହିଛନ୍ତି।
ମଙ୍ଗଳବାର ନିର୍ବାଚନ ନେଇ ବିଧାନପରିଷଦ ସଭାପତି ରାମରାଜେ ନାଇକ ନିମ୍ବାଲକର ଘୋଷଣା କରିଥିଲେ। ହେଲେ ରାଜ୍ୟରେ କରୋନା ଜନିତ ପରିସ୍ଥିତି ଯୋଗୁ ସମସ୍ତ ନିର୍ବାଚନ ବାଧିତ ହେଉଥିବା ବେଳେ ବିଧାନପରିଷଦ ନିର୍ବାଚନ କାହିଁକି ନ ଅଟକିବ ବୋଲି ବିଜେପି ସଦସ୍ୟ ପ୍ରବୀଣ ଦାରେକର କହିଥିଲେ। ସେ କହିଥିଲେ ଯେ କରୋନା ଯୋଗୁ ଉପୁଜିଥିବା ପରିସ୍ଥିତିରେ ଅନେକ ସଦସ୍ୟ ବିଧାନସଭାରେ ନାହାନ୍ତି। ଏଥିରେ ଯଦି ନିର୍ବାଚନ କରାଯାଏ ତେବେ ଅନେକ ସଦସ୍ୟ ମତଦାନ ଅଧିକାରରୁ ବଞ୍ଚିତ ହେବେ ବୋଲି କହିଥିଲେ।
ତେବେ ଉମୁଖ୍ୟମନ୍ତ୍ରୀ ଅଜିତ ପାୱାର ନିର୍ବାଚନ ନିର୍ବିରୋଧ ହେଉ ବୋଲି ଗୃହରେ ସମସ୍ତ ସଦସ୍ୟଙ୍କୁ ନିବେଦନ କରିଥିଲେ। ସମସ୍ତେ ମିଳିତ ଭାବେ ଉପସଭାପତି ପଦବୀ ନିମନ୍ତେ ପ୍ରାର୍ଥୀ ମନୋନୟନ ଲାଗି ପାୱାର ପ୍ରସ୍ତାବ ଦେଇଥିବା ବେଳେ କଂଗ୍ରେସ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା ଚାହେଁ ବୋଲି କହିଛି। ତେବେ ପ୍ରାର୍ଥୀପତ୍ର ଦାଖଲ ପରେ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା ଜଣାପଡିଛି।