କୋଭିଡ୍ ୧୯: ଦେଶର ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଟପିଲା ୧୦୦୦, ୬୪ ମୃତ

Published By : Prameya-News7 Bureau | April 07, 2020 IST

ମୁମ୍ବାଇ ୦୭।୦୪: ଭାରତରେ ମହାରାଷ୍ଟ୍ର ରାଜ୍ୟ କରୋନା ଭାଇରସରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ରାଜ୍ୟରେ  କରୋନା ରୋଗୀଙ୍କ ସଂଖ୍ୟା ୧୦୦୦ ପାର କରି ଯାଇଛି। ମଙ୍ଗଳବାର ୧୫୦ ନୂତନ ମାମଲା ଆସିବା ପରେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧୦୧୮ରେ ପହଞ୍ଚିଛି। ଏବେ କରୋନା କାରଣରୁ ମହାରାଷ୍ଟ୍ରରେ ୬୪  ଜଣଙ୍କ ପ୍ରାଣହାନୀ ଘଟିଛି। ପରିସ୍ଥିତି ଏମିତି ଯେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ମାତୋଶ୍ରୀ ପାଖରେ ମଧ୍ୟ କରୋନା ଭାଇରସ୍ ରୋଗୀ ଚିହ୍ନଟ ହୋଇଛନ୍ତି।

ମହାରାଷ୍ଟ୍ରରେ ମଙ୍ଗଳବାର କୋଭିଡ୍-୧୯ର ୧୫୦ ନୂତନ ମାମଲା ସାମ୍ନାକୁ ଆସିଛି। ସ୍ଵାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ, ମହାରାଷ୍ଟ୍ର ଦେଶର ପ୍ରଥମ ରାଜ୍ୟ ଯେଉଁଠି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଛି। ରାଜଧାନୀ ମୁମ୍ବାଇରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ରୁ ଅଧିକ ରହିଛି।

{"id":250611,"sizeSlug":"large"}

ମଙ୍ଗଳବାର ରାଜ୍ୟରେ ଚିହ୍ନଟ ହୋଇଥିବା ୧୫୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ମୁମ୍ଵାଇରୁ ୧୧୬ ଜଣ ଅଛନ୍ତି। ସେହି ପରି ପୁଣେରେ ୧୮, ଅହମଦନଗର, ନାଗପୁର ଓ ଔରଙ୍ଗାବାଦରେ ତିନି ତିନି ଜଣ, ଠାଣେ ଓ ବୁଲଢାଣାରେ ୨-୨ ଏବଂ ସତାରା, ରତ୍ନଗିରି ଓ ସାଙ୍ଗଲିରେ ଗୋଟିଏ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି।

ଏହି ପରି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। କେବଳ ମଙ୍ଗଳବାର ମହାରାଷ୍ଟ୍ରରେ କରୋନା ଭାଇରସରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରୁ ତିନି ଜଣ ପୁଣେର। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଛି। ଅଦ୍ୟାବଧି ୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.