ପଛକଥା ଭୁଲି ବିଧାନସଭା ଆଗରେ କୋଳାକୋଳି ହେଲେ ଅଜିତ୍ ପାୱାର ଓ ସୁପ୍ରିୟା ସୁଲେ

Published By : Prameya-News7 Bureau | November 27, 2019 IST

ମୁମ୍ବାଇ ୨୭।୧୧: ୨୪ ଘଣ୍ଟା ଭିତରେ ବଦଳିଛି ମହାରାଷ୍ଟ୍ର ରାଜନୀତିର ସମ୍ପୁର୍ଣ୍ଣ ଚିତ୍ର। ୭୮ ଘଣ୍ଟା ମୁଖ୍ୟମନ୍ତ୍ରୀ ପଦରେ ଦେବେନ୍ଦ୍ର ଫଡନଭିସ୍ ରହିବା ପରେ ଏବେ ଶିବସେନା ପ୍ରମୁଖ ଉଦ୍ଧବ୍ ଠାକରେ ଧରିବେ ମହାରାଷ୍ଟ୍ରର ମଙ୍ଗ।

wp:html /wp:html

ଏନସିପିକୁ ଛାଡି ବାଟବଣା ହୋଇ ବିଜେପି  ସହିତ ଯାଇଥିବା ଅଜିତ୍ ପାୱାର୍  ପୁଣିଥରେ ଘର ଲେଉଟାଣି ହୋଇଛନ୍ତି । ଆଉ ପଛକଥା ଭୁଲି ବିଧାନସଭା ଆଗରେ କୋଳାକୋଳି ହୋଇଛନ୍ତି ଏନସିପି ନେତା ଅଜିତ୍ ପାୱାର ଓ ତାଙ୍କ ଭଉଣୀ ସୁପ୍ରିୟା ସୁଲେ । ଅଜିତଙ୍କୁ  ସ୍ବାଗତ କରିବା ସହ ପାଦ ଚୁଇଁ ମୁଣ୍ଡିଆ ମଧ୍ୟ ମାରିଥିଲେ ଏନସିପି ନେତ୍ରୀ  ତଥା ଭଉଣୀ ସୁପ୍ରିୟା ସୋଲେ। ଏହି ସମୟରେ ସୁପ୍ରିୟା କହିଛନ୍ତି, ଜୀବନରେ ଏମିତି ଛୋଟ ମୋଟ ଝଗଡ଼ା ତ ଚାଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.