Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ମହାରାଷ୍ଟ୍ର ମହାମେଣ୍ଟରେ ମହାକନ୍ଦଳ: ସ୍ଥିର ସରକାର ଚାହୁଁଥିଲେ ରାହୁଲ ଗାନ୍ଧୀଙ୍କୁ ଟିପ୍ପଣୀ ଦେବା ବନ୍ଦ କର, ଏନସିପିକୁ ଚେତାଇଲା କଂଗ୍ରେସ

5/12/2020 at 9:17 PM

ମୁମ୍ବାଇ ୦୫/୧୨ : ମହାରାଷ୍ଟ୍ର ମହାମେଣ୍ଟକୁ ବର୍ଷେ ପୂରଣ ହୋଇଛି । ମହାବିକାଶ ଅଘାଡୀ  ସରକାରକୁ ଏକ ବର୍ଷ ପୂରିଛି ସତ କିନ୍ତୁ ମହାମେଣ୍ଟ ମଧ୍ୟରେ ନିଆଁ ଯେ କୁହୁଳୁଛି ତାହା ଧିରେ ଧିରେ ଜଣାପଡିଲାଣି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଏନସିପି ସୁପ୍ରିମୋ ଶରଦ ପଓ୍ବାର ଦେଇଥିବା ଟିପ୍ପଣୀରୁ ଅନ୍ତଃକନ୍ଦଳ ସ୍ପଷ୍ଟ ବାରି ହୋଇପଡୁଛି । ପଓ୍ବାରଙ୍କ ବୟାନ ପରେ କଂଗ୍ରେସ ଖପ୍ପା ହେବା ସହିତ ଏନସିପିକୁ ଚେତାବନୀ ଦେଇଛି ।

ମହରାଷ୍ଟ୍ର କଂଗ୍ରେସର ଅଧ୍ୟକ୍ଷ ତଥା ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଯଶୋମତି ଠାକୁର କହିଛନ୍ତି ରାଜ୍ୟରେ ସ୍ଥିର ସରକାର ଚାହୁଁଥିଲେ କଂଗ୍ରେସର ଶୀର୍ଷ ନେତାଙ୍କ ବିରୁଦ୍ଧରେ ଟିପ୍ପଣୀ ଦେବା ବନ୍ଦ କର । ସେ କହିଛନ୍ତି, ସମସ୍ତେ ଗଠବନ୍ଧନର ନିୟମ ପାଳନ କରିବା ଆବଶ୍ୟକ । ଯଶୋମତି ଠାକୁର ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସର ନେତୃତ୍ବ ମଜବୁତ ଏବଂ ସ୍ଥିର । ଜନସାଧାରଣଙ୍କର ଭରଷା ଯୋଗୁଁ ଆଜି ରାଜ୍ୟରେ ଶିବସେନା ସରକାରରେ ଅଛି ।

ତେବେ ମହାମେଣ୍ଟରେ ସାମିଲ ଦଳମାନଙ୍କ ମଧ୍ୟରେ ବିବାଦରୁ ବିରୋଧି ବିଜେପି ଫାଇଦା ଉଠାଇବାକୁ ଚାହୁଁଛି । ପ୍ରଦେଶ ଭାଜପା ପ୍ରବକ୍ତା କେଶବ ଉପାଧ୍ୟାୟ କହିଛନ୍ତି ମହାବିକାଶ ଅଘାଡୀ ସରକାରର ବର୍ଷେ ପୂର୍ତ୍ତି ସମାରୋହ ଫିକା ପଡିଯାଇଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ମହାମେଣ୍ଟ ଆଉ ବେଶୀ ଦିନ ତିଷ୍ଠି ରହିପାରିବ ନାହିଁ ।

ମରାଠୀ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଏନସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ରାଜନୈତିକ ଦକ୍ଷତା ବିଷୟରେ ସ୍ଥିରତା ନାହିଁ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ମନ୍ତିବ୍ୟର କିଛି ଦିନ ପରେ ପୱାର ଏହି ବିବୃତ୍ତି ରଖିଛନ୍ତି । ସେଥିପାଇଁ କଂଗ୍ରେସ କର୍ମୀମାନେ ପୱାରଙ୍କ ବିବୃତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।  

   Related Posts