Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ମହିଳାଙ୍କ ମୃତ୍ୟୁ ପରେ ଅନ୍ତ୍ୟେଷ୍ଟିରେ ସାମିଲ ୧୮ ଜଣ କରୋନା ଶିକାର

30/05/2020 at 8:59 PM

ଠାଣେ ୩୦।୦୫: ମହାରାଷ୍ଟ୍ରରେ ଠାଣେ ଜିଲ୍ଲାର ଉଲ୍ଲାସନଗର ଉପନଗରରେ କୋଭିଡ୍-୧୯ରେ ୪୦ ବର୍ଷୀୟ ଜଣେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତ୍ୟେଷ୍ଟିରେ ସାମିଲ ୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅଧିକାରୀ ଶନିବାର ଏହି ସୂଚନା ଦେଇଛନ୍ତି। ଉଲ୍ଲାସନଗର ନଗମ ନିଗମର ଜଣେ ମୁଖପାତ୍ର କହିଛନ୍ତି, ଗାଇଡ୍‌ଲାଇନ୍‌ ନିୟମ ଉଲ୍ଲଂଘନ କରି ଅତିକମ୍‌ରେ ୭୦ ଜଣ ମହିଳାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସାମିଲ ହୋଇଥିଲେ।

ସେ କହିଛନ୍ତି, ମୃତ୍ୟୁ ପୂର୍ବରୁ ମହିଳା କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ମହିଳାଙ୍କ ମୃତ ଶରୀରକୁ ପରିବାରକୁ ହସ୍ତାନ୍ତର କରିବା ବେଳେ ଶବକୁ ବ୍ୟାଗ୍‌ରୁ ନଖୋଲିବାକୁ ଆଦେଶ ଦିଆଯାଇଥିଲା। ମାତ୍ର ମୃତକଙ୍କ ପରିଜନ ମେ ୨୫ରେ ବ୍ୟାଗ୍‌ ଖୋଲି ଅନ୍ତିମ ସଂସ୍କାର କରିଥିଲେ। ଅଧିକାରୀ କହିଛନ୍ତି ଅନ୍ତ୍ୟେଷ୍ଟି ବିଷୟରେ ସର୍ବ ପ୍ରଥମେ ପୋଲିସ୍‌କୁ ସୂଚନା ଦିଆଯାଇଥିଲା ଏବଂ ପରେ ସ୍ଥାନୀୟ ପ୍ରଶାସନକୁ ଦିଆଯାଇଛି।

ଅଧିକାରୀ କହିଛନ୍ତି, ମୃତକଙ୍କ ସଂପର୍କୀୟ ସମେତ ୭୦ ଜଣଙ୍କ ନମୂନା ଯାଞ୍ଚ କରାଯାଇଥିଲା। ସେଥି ମଧ୍ୟରୁ ୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଅଧିକାରୀ କହିଛନ୍ତି, ମହାମାରୀ ଅଧିନିୟମ ପ୍ରାବଧାନ ଉଲ୍ଲଂଘନ କରିଥିବାରୁ ମୃତକଙ୍କ ପରିବାର ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

   Related Posts