Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ବ୍ରହ୍ମବିଭ୍ରାଟ ସମ୍ପର୍କରେ ବିସ୍ଫୋରକ ବୟାନ ଦେଲେ ମହାରଣା ସେବାୟତ: କହିଲେ ଦାରୁ ପାଇଁ ଫିକ୍ସିଂ କରିଥିଲେ ଦଇତା

14/11/2018 at 5:57 PM

ପୁରୀ ୧୪|୧୧: ୩ ବର୍ଷ ପରେ ବ୍ରହ୍ମ ବିଭ୍ରାଟ ଘଟଣାରେ ଆରମ୍ଭ ହୋଇଛି ଆକ୍ସନ। ଭକ୍ତଙ୍କ ଭାବାବେଗ ସହ ଖେଳି ବିଭ୍ରାଟ କରିଥିବା ଜଣେ ମହାରଣା ସେବକ ଏବଂ ୧୦ ଦଇତାପତି ସେବାୟତଙ୍କୁ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ। ୧୫ ଦିନ ମଧ୍ୟରେ ନୋଟିସ୍ ର ଉତ୍ତର ଦେବାକୁ କୁହାଯାଇଛି। ତେବେ ବିଶ୍ବକର୍ମ ମହାରଣା ବ୍ରହ୍ମ ବିଭ୍ରାଟର ସବୁ ଦୋଷ ଲଦିଛନ୍ତି ଦଇତାଙ୍କ ଉପରେ । ଏମିତିକି ଦାରୁ ଚୟନରେ ଫିକ୍ସି ହୋଇଥିବା ଖୁଲାସା କରିଛନ୍ତି । ଦଇତାପତି ନିଯୋଗ ସହ ସଂପାଦକ ବିନାୟକ ଦାସ ମହାପାତ୍ର କିନ୍ତୁ ଏହାକୁ ମାନିବାକୁ ନାରାଜ ।

୩ ବର୍ଷ ପରେ ଆକ୍ସନ ମୋଡକୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ । ବ୍ରହ୍ମବିଭ୍ରାଟ ଘଟଣାରେ ଜଣେ ମହାରଣା ସେବକଙ୍କ ସହ ୧୦ ଦଇତା ସେବାୟତଙ୍କୁ ହୋଇଛି ନୋଟିସ୍ । ଦଇତାଙ୍କ ମଧ୍ୟରେ ଅଛନ୍ତି ନିଯୋଗର ସଭାପତି, ସଂପାଦକଙ୍କ ସହ ୨ ବାଡ଼ଗ୍ରାହୀ, ପତିମହାପାତ୍ର ଓ ଅନ୍ୟ କେତେଜଣ ଯୁବ ସେବାୟତ । ଶ୍ରୀମନ୍ଦିର ଆଇନ-୧୯୫୫ର ଧାରା ୨୧ (ଖ) ଅନୁଯାୟୀ ନୋଟିସ ଜାରି କରାଯାଇଛି। ୧୫ ଦିନ ମଧ୍ୟରେ ନୋଟିସ୍ ର ଉତ୍ତର ଦେବାକୁ କୁହାଯାଇଛି । ତେବେ ନୋଟିସ ଜାରି ପରେ ବି ଶ୍ରୀମନ୍ଦିର ପ୍ରଶାସନ ମୁହଁ ଖୋଲୁନି । ନୋଟିସ୍ ଜାରି କରାଯାଇଥିବା ସେବାୟତଙ୍କ ନାଁ ପ୍ରଘଟ କରୁନି।  ଫଳରେ ଯେଉଁ ଢଙ୍ଗରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି ଓ ପ୍ରଶାସନ ଯେପରି ଲୁଚାଛପା ନୀତି ଅବଲମ୍ବନ କରୁଛି ସେଥିରେ ତଦନ୍ତର ସ୍ବଚ୍ଛତା ନେଇ ସନ୍ଦେହ ସୃ​ଷ୍ଟି ହେବା ସ୍ବାଭାବିକ ।  

ବ୍ରହ୍ମ ବିଭ୍ରାଟ ଘଟଣାରେ ଅନେକ ସେବକଙ୍କ ଭୂମିକା ଚର୍ଚ୍ଚାକୁ ଆସିଥିଲା। ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣରେ ବିଳମ୍ବ ନେଇ ଅଭିଯୋଗ ଉଠିଥିଲା।  ଶ୍ରୀମନ୍ଦିର ପ୍ରଶାସନ ବି ଆସିଥିଲା କାଠଗଡାକୁ । ହେଲେ ମାତ୍ର ୧୧ ଜଣଙ୍କୁ ନୋଟିସ ଜାରି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଧର୍ମକୁ ଆଖିଠାର ମାରିବା ଢଙ୍ଗରେ ଏହି ଘଟଣାରେ ପୂର୍ଣ୍ଣଛେଦ ଟାଣିବାକୁ ଏଭଳି କରିଥିବା ଚର୍ଚ୍ଚା ହେଲାଣି ।  ଏତିକି ବେଳେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ସୁଭଦ୍ରାଙ୍କ ମୁଖ୍ୟ ମହାରଣା ସେବକ କୃଷ୍ଣଚନ୍ଦ୍ର ମହାରଣା। ଯାହା କହିଛନ୍ତି ତାହା ସଂଘାତିକ୍ । ଶ୍ରୀମନ୍ଦିର ପ୍ରଶାସନ ସହ ଦଇତାପତି ସେବାୟତଙ୍କ ମନମାନୀକୁ ପଦାରେ ପକାଇ ଦେଇଛନ୍ତି । ଯାହା ଏହି ଘଟଣାକୁ ଅଧିକ ବିବାଦୀୟ କରିଛି । ସବୁ ଦୋଷ ଲଦିଛନ୍ତି ଦଇତାଙ୍କ ଉପରେ । ଦାରୁ ଚିହ୍ନଟରେ ଫିକ୍ସି ହୋଇଥିବା କହିଛନ୍ତି । ଏନେଇ ସେ ତତ୍‌କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଜଣାଇଥିଲେ, କିନ୍ତୁ କିଛି ହେଲାନି ବୋଲି କହିଛନ୍ତି ଦେବଦଳନ ରଥର ମୁଖ୍ୟ ମହାରଣା ।

କୃଷ୍ଣଚନ୍ଦ୍ରଙ୍କ ପ୍ରତିକ୍ରିୟା ଉପରେ ଜବାବ ରଖିଛନ୍ତି ଦଇତାପତି ନିଯୋଗ ଯୁଗ୍ମ ସମ୍ପାଦକ ବିଶ୍ବାବସୁ ବିନାୟକ ଦାସମହାପାତ୍ର। କହିଛନ୍ତି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ବିଧି ବ୍ୟବସ୍ଥା ଅନୁଯାୟୀ ଦାରୁ ଚିହ୍ନଟ ହୋଇଛି। ଦଇତାପତିଙ୍କ ମଧ୍ୟରେ ବ୍ରହ୍ମରେ ଭେଟି ଦେବାକୁ ନେଇ ଅସନ୍ତୋଷ ସୃଷ୍ଟି ହେବାରୁ ବ୍ରହ୍ମ ସଂସ୍ଥାପନ ବିଳମ୍ବ ହୋଇଥିଲା ।  ଏହାସହ ମୂର୍ତ୍ତି ନିର୍ମାଣରେ ବିଳମ୍ବ ହୋଇଥିବା ସେ କହିଛନ୍ତି । ବିଭ୍ରାଟ ପାଇଁ ସେବାୟତଙ୍କ ପକ୍ଷରୁ ସେ ଜଗନ୍ନାଥପ୍ରେମୀ ଓ ରାଜ୍ୟବାସୀଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି ।

୨୦୧୫ ଜୁନ୍‌ ୧୫ରେ ମହାପ୍ରଭୁଙ୍କ ଘଟ ପରିବର୍ତ୍ତନ ପାଇଁ ନିର୍ଘଣ୍ଟ ହୋଇଥିଲା। କିନ୍ତୁ ଘଟ ସଂସ୍ଥାପନରେ ଅହେତୁକ ବିଳମ୍ବ ସାଙ୍ଗକୁ ବିଭ୍ରାଟ ହୋଇଥିଲା।  ଏହାର ତଦନ୍ତ ଭାର ଦିଆଯାଇଥିଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ । ୨୦୧୭ ଅଗଷ୍ଟ ୫ରେ ତତ୍‌କାଳୀନ ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେଇଥିଲେ। ୨୦୧୮ ମାର୍ଚ୍ଚ ୨୦ରେ ନୂତନ ପରିଚାଳନା କମିଟିର ପ୍ରଥମ ବୈଠକରେ ଘଟ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। କିନ୍ତୁ ରିପୋର୍ଟକୁ ସାର୍ବଜନୀନ କରାଯାଇ ନ ଥିଲା। ୨୦୧୮ ସେପ୍ଟେମ୍ବର ୨୭ ରେ ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା । ୩ ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା ।

   Related Posts