ମହାରାଣା ପ୍ରତାପଙ୍କର ଥିଲେ ୧୭ ଜଣ ପୁଅ ଓ ୫ ଜଣ ଝିଅ ହେଲେ ଏମାନଙ୍କୁ ବାଦ ଦେଲେ ତାଙ୍କର ଆଉ ଜଣେ ଥିଲେ ପ୍ରିୟ, ଜାଣନ୍ତୁ ସେ କିଏ

Published By : Prameya-News7 Bureau | August 17, 2019 IST

ମହାରାଣା ପ୍ରତାପ ଜଣେ ମହାନ ତେଜସ୍ବୀ ଯୋଦ୍ଧା ଥିଲେ। ମହାନ ଯୋଦ୍ଧା ମହାରାଣା ପ୍ରତାପଙ୍କ ସଂପର୍କରେ କିଛି ଅଜଣା କଥା ଆସନ୍ତୁ ଜାଣିବା…

ମହାରାଣା ପ୍ରତାପ ୧୧ ଜଣଙ୍କୁ ବିବାହ କରିଥିଲେ। ରାଜନୈତିକ କାରଣରୁ ସେ ୧୧ ଜଣଙ୍କୁ ବିବାହ କରିଥିଲେ ବୋଲି ମଧ୍ୟ କୁହାଯାଏ। ପିଲାବେଳେ ମହାରାଣା ପ୍ରତାପଙ୍କୁ କୀକା ନାଁରେ ସମସ୍ତେ ଡ଼ାକୁଥିଲେ। ମହାରାଣା ଗୋଟେ ଘୋଡ଼ା ରଖିଥିଲେ ଯାହାର ନାଁ ଥିଲା ଚେତକ । ଏହି ଘୋଡ଼ାକୁ ସେ ବହୁତ ଭଲ ପାଉଥିଲେ। ଯୁଦ୍ଧ ସମୟରେ ମହାରାଣା ପ୍ରତାପଙ୍କୁ ଚେତକ ନାମକ ଘୋଡାଟି ବହୁତ ସାହାର୍ଯ୍ୟ କରିଥାଏ। ସେଥିପାଇଁ ଏହି ଘୋଡ଼ାଟି ମହାରାଣା ପ୍ରତାପଙ୍କର ପ୍ରିୟ ଥିଲା। ମହାରାଣା ପ୍ରତାପଙ୍କ ଭଳି ଚେତକ ମଧ୍ୟ ବାହାଦୂର ଥିଲା।

ମୁଗଲମାନଙ୍କ ସହ ଯୁଦ୍ଧ ସମୟରେ ମହାରାଣା ପ୍ରତାପଙ୍କୁ ପଛରେ ମୁଗଲସେନା ପଡିଯାଇଥିଲେ। ହେଲେ ଚେତକ ନିଜ ପିଠିରେ ମହାରାଣା ପ୍ରତାପଙ୍କୁ ବସାଇ ବଡ ଲମ୍ବା ନାଳକୁ ଡେଇଁ ଅତିକ୍ରମ କରି ତାଙ୍କ ଜୀବନ ବଞ୍ଚାଇଥିଲେ। ଆଜି ବି ଚିତୌଡ୍‌ର ହଲଦୀ ଘାଟିରେ ଚେତକର ସମାଧି ରହିଛି। ହଲଦୀଘାଟି ଯୁଦ୍ଧରେ ମହାରାଣା ପ୍ରତାପଙ୍କ ପ୍ରିୟ ଘୋଡ଼ା ଚେତକ ଗୁରୁତର ଆଘାତ ହୋଇଥିଲା। ଗୁରୁତର ଆଘାତ ହେବା ପରେ ଧୀରେ ଧୀରେ ଦୁର୍ବଳ ହୋଇକପଡ଼ିଥିଲା। ପରବର୍ତ୍ତୀ ସମୟରେ ଚେତକ ମରି ଯାଇଥିଲା।  

ମିଓ୍ବାଡ ରାଜ୍ୟକୁ ରକ୍ଷା କରିବା ପାଇଁ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ମହାରାଣା ପ୍ରତାପ ଯୁଦ୍ଧ କରିଥିଲେ। ମିଓ୍ବାଡ୍ ରାଜ୍ୟର ରାଜ ହେବା ପାଇଁ ଅକବରଙ୍କୁ ସେ ବାରମ୍ବାର ବିରୋଧ କରିଥିଲେ। ବିଦେଶୀ ରାଜାଙ୍କୁ ମହାରାଣା ପ୍ରତାପ ପସନ୍ଦ କରୁ ନଥିଲେ। ମହାରାଣା ପ୍ରତାପଙ୍କର ୧୭ ଜଣ ପୁଅ ଓ ୫ ଜଣ ଝିଅ ଥିଲେ। ମହାରାଣୀ ଆଜାବ୍ଦେଙ୍କଠାରୁ ଜନ୍ମ ହୋଇଥିବା ଅମର ସିଂହ ତାଙ୍କର ଉତ୍ତରାଧିକାରୀ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.