Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଲଣ୍ଡନରେ ୬୦ ଲକ୍ଷ ଟଙ୍କାରେ ବିକ୍ରି ହେଲା ମହାରାଣୀ ଜୀନ୍ଦନ କୌରଙ୍କ ଅଳଙ୍କାର, ନିଲାମୀରେ ସ୍ବର୍ଣ୍ଣମନ୍ଦିର ଓ ଅମୃତସର ଫଟୋ ବି ଥିଲା ସାମିଲ

31/10/2020 at 10:04 PM

ଲଣ୍ଡନ ୩୧/୧୦: ମହାରାଣୀ ଜୀନ୍ଦନ କୌର। କୌଣସି ଏକ ସମୟରେ ମହାରାଣୀଙ୍କ ଆଭୂଷଣର ଅଂଶ ଥିବା ଚାନ୍ଦ ଟିକା ଲଣ୍ଡନରେ ନିଲାମ ହୋଇଛି। ଶିଖ ସାମ୍ରାଜ୍ୟର ମହାରାଜା ରଞ୍ଜିତ ସିଂହଙ୍କ ଶେଷ ରାଣୀ ଭାବେ ଜୀନ୍ଦନ କୌରଙ୍କୁ ଜଣାଯାଏ। ତେବେ ମହାରାଣୀଙ୍କ ପାଖରୁ ବଂଶାନୁକ୍ରମେ ତାଙ୍କ ନାତୁଣୀ ରାଜକୁମାରୀ ବାମ୍ବା ସୁଥରଲ୍ୟାଣ୍ଡକୁ ମିଳିଥିଲା ଏହି ଅଳଙ୍କାର। ଏହି ରତ୍ନ ଖଚିତ ଚାନ୍ଦ ଟିକାକୁ ଗତ ସପ୍ତାହରେ ବୋନହାମ୍ସ ଇସ୍ଲାମିକ ଓ ଇଣ୍ଡିଆନ୍‌ ଆର୍ଟ ସେଲ୍ସରେ ୬୨,୫୦୦ ପାଉଣ୍ଡ(ପାଖାପାଖି ୬୦ ଲକ୍ଷ)ରେ ନିଲାମୀ କରାଯାଇଛି।

ଜୀନ୍ଦନ କୌର ମହାରାଜା ରଞ୍ଜିତ ସିଂହଙ୍କ ଏକମାତ୍ର ପତ୍ନୀ ଯିଏକି ମହାରାଜାଙ୍କ ଦେହାନ୍ତ ପରେ ବି ଜୀବିତ ଥିଲେ। ଇଂରେଜମାନଙ୍କ ସହ ଅସହଯୋଗ କରି ଶେଷରେ ମୁଣ୍ଡ ନୁଆଁଇଥିଲେ ଜୀନ୍ଦନ। ସେହି ସମୟରେ ଲାହୋରରେ ଥିବା ମହାରାଣୀଙ୍କୁ ୬୦୦ ଅଳଙ୍କାର ଇଂରେଜମାନେ ଲୁଟିନେଇଥିବା ବୋନହାମ୍ସ ପକ୍ଷରୁ ସୂଚନା ମିଳିଛି।

୧୮୪୮ରେ ନେପାଳ ଯିବା ପୂର୍ବରୁ କୌରଙ୍କୁ ବନ୍ଦୀ କରିଦିଆଯାଇଥିଲା। ନିଲାମୀ କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ତାଙ୍କର ଯେଉଁ ଆଭୂଷଣ ନିଲାମ ହୋଇଛି ତାହା ତାଙ୍କ ପୁଅ ଦିଲ୍ଳୀପ ସିଂହଙ୍କ ସହ ରହିବା ପାଇ ସମ୍ମତି ଜଣାଇବା ପରେ ବ୍ରିଟେନ୍‌ ଅଧିକାରୀଙ୍କ ଦ୍ବାରା ଫେରାଯାଇଥିବା ଅଳଙ୍କାର। ଏହାସହ ବିଭିନ୍ନ ଦୁର୍ଲଭ କଳାକୃତି ମଧ୍ୟ ନିଲାମ ହୋଇଛି। ଏହା ମଧ୍ୟରେ ଓ୍ବାଟରକଲର ସ୍ବର୍ଣ୍ଣ ମନ୍ଦିର ଓ ଅମୃତଓର ସହ ମଧ୍ୟ ସାମିଲ ରହିଛି।

   Related Posts