ଖୁବ୍‌ଶୀଘ୍ର ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗିବ ମହାପ୍ରସାଦର ଦର ତାଲିକା

Published By : Prameya-News7 Bureau | December 01, 2018 IST

ପୁରୀ ୦୧|୧୨: ଖୁବଶୀଘ୍ର ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗିବ ମହାପ୍ରସାଦର ଦର ତାଲିକା । ରବିବାର ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରୋଷେଇ କରାଯିବ । କୋଠ ଭୋଗରେ ହେବାକୁ ଥିବା ଏହି ପରୀକ୍ଷାମୂଳକ ରୋଷେଇରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ଚାଉଳ, ଡାଲି, କୁଡୁଆ ଆଦି ଯୋଗାଇ ଦିଆଯିବ । ସୁପକାରମାନେ ପରୀକ୍ଷାମୂଳକ ଭାବେ ରୋଷେଇ କରିବା ପରେ ଉଚିତ୍ ଲାଭ ରଖି ପ୍ରଶାସନ ମହାପ୍ରସାଦ ଦର ନିର୍ଦ୍ଧାରଣ କରିବ । ଏହାପରେ ମହାପ୍ରସାଦର ସମସ୍ତ ପ୍ରକାର ଦର ଆନନ୍ଦବଜାରର ବିଭିନ୍ନ ସ୍ଥାନରେ ଲଗାଯିବ । ଏ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନ ସହ ସୁଆର ନିଯୋଗର ଏକ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ପରୀକ୍ଷାମୂଳକ ରୋଷେଇ ସମୟରେ ଶ୍ରୀମନ୍ଦିରର ଦେଉଳକରଣ, ସୁପରଭାଇଜର୍ ଉପସ୍ଥିତ ରହି କାର୍ଯ୍ୟ ନିରୀକ୍ଷଣ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.