ଏଣିକି ଶ୍ରୀମନ୍ଦିରରେ ମିଳିବ ଅବଢା, ବରାଦ ଦେଇପାରିବେ ଭକ୍ତ

Published By : Prameya-News7 Bureau | October 20, 2020 IST

ପୁରୀ ୨୦।୧୦: ଭକ୍ତଙ୍କ ପାଇଁ ଖୁସି ଖବର । ଦୀର୍ଘ ୭ମାସ ପରେ ଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ମିଳିବ । ଶ୍ରୀମନ୍ଦିରରେ ମହାପ୍ରସାଦ ପାଇଁ ଭକ୍ତମାନେ ବରାଦ ଦେଇପାରିବେ । ବରାଦ ଅନୁସାରେ ଭକ୍ତମାନେ ମହାପ୍ରସାଦ ପାଇପାରିବେ । ଏନେଇ ସୁଆର ମହାନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ସୂଚନା ଦେଇଛନ୍ତି ।

{"id":347744,"sizeSlug":"large"}

କରୋନା କଟକଣା ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ ରହିଛି । ସଂକ୍ରମଣକୁ ରୋକିବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଥିଲା । ମନ୍ଦିର ବନ୍ଦ ରହିବା ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ମହାପ୍ରସାଦ ମିଳୁନଥିଲା । ଯାହା ଫଳରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

{"id":347745,"sizeSlug":"large"}

ଅନ୍ୟପଟେ ଡିସେମ୍ବର ପ୍ରଥମ ସପ୍ତାହରେ ଶ୍ରୀମନ୍ଦିର ଖୋଲିପାରେ ବୋଲି  କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି । ଦୀର୍ଘ ସାତ ମାସ ଧରି ଶ୍ରୀମନ୍ଦିର ବନ୍ଦ ରହିଥିବାରୁ ଭକ୍ତ, ସେବାୟତଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା । ବିଭିନ୍ନ ସ୍ଥାନରେ ମନ୍ଦିର ଖୋଲିବା ଦାବି ନେଇ ମଧ୍ୟ ଅଭିନବ ପ୍ରତିବାଦମାନ କରାଯାଇଥିଲା । ଯାହା ଫଳରେ ପ୍ରଶାସନ ମନ୍ଦିର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.