ସ୍ନାନ ମଣ୍ଡପରେ ଅନୁଷ୍ଠିତ ହେଉଛି ସ୍ନାନବିଧି ; ଜାଣିବା ମହାପ୍ରଭୁଙ୍କ ସ୍ନାନବିଧି ଆଉ ସୁନାକୂଅ ସମ୍ପର୍କରେ

Published By : Prameya-News7 Bureau | June 28, 2018 IST

ଆଜି ଜ୍ୟୋଷ୍ଠ ମାସ ଶୁକ୍ଳପକ୍ଷ ପୁର୍ଣିମା ତିଥି | ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା | ସ୍ନାନ ମଣ୍ଡପରେ ବିଜେ ହୋଇଛନ୍ତି ଶ୍ରୀଜିଉ | ଅବସ୍ଥାନ କରୁଥିବା ଠାକୁରଙ୍କ ଜନ୍ମୋତ୍ସବ ସ୍ନାନ ପାଇଁ ଏକ ସ୍ୱତନ୍ତ୍ର କୂପ ଶ୍ରୀମନ୍ଦିର ବାହାରବେଢା ଉତ୍ତର ଦ୍ୱାର ନିକଟରେ ରହିଛି | ଏହି କୂଅର ନାଁ ସୁନାକୂଅ | ବର୍ଷକ ଥରେ ସ୍ନାନ ପୁର୍ଣିମା ଉଦ୍ଦେଶ୍ୟରେ ସୁନାକୂଅରୁ ମାତ୍ର ୧୦୮ କଳସ ଜଳ ସଂଗ୍ରହ କରାଯାଇଥାଏ | ଏହି ଜଳ ସଂଗ୍ରହ କରିଥାନ୍ତି ସୁନା ଗୋସାଇଁ ଓ ମନ୍ଦିରର ସେବକ | ଗରାବଡୁ ସେବକମାନେ ସଂଗ୍ରହା ୧୦୮ କଳସ ଜଳକୁ ନେଇ ଅଧିବାସ ଗୃହରେ ରଖିଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.