Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ଶ୍ରୀଜିଉଙ୍କ ସ୍ନାନ ବିଧି

25/06/2018 at 11:11 AM

ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଶ୍ୱର ବିରଳ ଦେବତା | ଶ୍ରୀଜଗନ୍ନାଥଙ୍କର ରୀତିନୀତି ଯାନିଯାତ୍ରା ଯେପରି ସ୍ୱତନ୍ତ୍ର ଠିକ ସେହିପରି ସ୍ୱତନ୍ତ୍ର ତାଙ୍କର ବିଗ୍ରହର ଉପାସନା | ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ଦାରୁବିଗ୍ରହ ହୋଇଥିବା କାରଣରୁ ଉପାସନାଗତ ସ୍ୱତନ୍ତ୍ରତା ଦେଖାଯାଏ | ସାରା ବର୍ଷ ରତ୍ନ ବେଦୀରେ ବିରାଜିତ ଠାକୁରଙ୍କ ସ୍ନାନନୀତି ମନ୍ତ୍ର ସ୍ନାନ ବା ଦର୍ପଣୀ ସ୍ନାନ ବିଧିରେ ଅନୁଭୂତ ହୁଏ | ଏହି ସ୍ନାନକୁ ନିତ୍ୟ ସ୍ନାନ କୁହାଯାଏ | ପ୍ରତିଦିନ ଏହି ମନ୍ତ୍ର ସ୍ନାନ ବା ଦର୍ପଣୀ ସ୍ନାନ ଏକାଧିବାର ଅନୁଷ୍ଠିତ ହୋଇଥାଏ | ଏହି ନିତ୍ୟ ସ୍ନାନ ବିଧିରେ ଠାକୁରଙ୍କ ସମ୍ମୁଖରେ ଏକ ଧାତବ ଦର୍ପଣ ରଖାଯାଏ | ସେହି ଦର୍ପଣରେ ଦୃଶ୍ୟମାନ ପ୍ରତିବିମ୍ବକୁ ମନ୍ତ୍ର ପାଠ କରି ପୂଜା ପଣ୍ଡାମାନେ ସ୍ନାନ କରାଇଥାନ୍ତି | ଏହି ସ୍ନାନକୁ ମଧ୍ୟ ବିମ୍ବ ସ୍ନାନ କୁହାଯାଏ |
ସିଧା ସଳଖ ଭାବରେ ଜଳ ଦ୍ୱାରା ଦାରୁବିଗ୍ରହଙ୍କୁ ସ୍ନାନ କରାଇବା ଦ୍ୱାରା ଦାରୁବିଗ୍ରହ ନଷ୍ଟ ହୋଇଯିବାର ଆଶଙ୍କା ରହିଥିବାରୁ ଠାକୁରଙ୍କୁ ଦର୍ପଣୀ ସ୍ନାନ କରାଯାଇଥାଏ | ତେବେ ବର୍ଷରେ ଗୋଟିଏ ଦିନ ଜ୍ୟେଷ୍ଠ ପୁର୍ଣିମା ବା ଦେବସ୍ନାନ ପୁର୍ଣିମା ଅବସରରେ ଠାକୁରମାନଙ୍କୁ ସ୍ନାନ ବେଦୀରେ ମହାଜ୍ୟେଷ୍ଠା ସ୍ନାନ ବିଧି ଅନୁସାରେ ସିଧା ସଳଖ ଭାବରେ ଜଳାଭିଷେକ କରାଯାଇଥାଏ | ଏହି ପୁର୍ଣ ସ୍ନାନ ବିଧି ସର୍ବ ସମ୍ମୁଖରେ ସ୍ନାନ ବେଦୀରେ ଅନୁଷ୍ଠିତ ହୋଇଥାଏ |
ଅନେକ ମତ ଦିଅନ୍ତି ଏହି ଜ୍ୟେଷ୍ଠ ପୁର୍ଣିମା ଅବସରରେ ମହାପ୍ରଭୁମାନେ ଆବିର୍ଭୁତ ହୋଇଥିବା କାରଣରୁ ଏହି ଦିନଟିକୁ ଜନ୍ମୋତ୍ସବ ସ୍ନାନ ଭାବରେ ସର୍ବ ସାଧାରଣରେ ଆୟୋଜନ କରାଯାଇଥାଏ |

   Related Posts