ମହନ୍ତ ନରେନ୍ଦ୍ର ଗିରିଙ୍କୁ ବାଘମ୍ବରୀ ମଠରେ ଦିଆଯିବ ସମାଧି: ୧୩ ଆଖଡ଼ାର ପ୍ରତିନିଧି ଉପସ୍ଥିତ

Published By : Prameya-News7 Bureau | September 22, 2021 IST

ପ୍ରୟାଗରାଜ ୨୨/୦୯ : ମହନ୍ତ ନରେନ୍ଦ୍ର ଗିରିଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଯାଇଛି। ଶବ ଯାତ୍ରା ପାଣି ଟାଙ୍କି ତିରାହା, ଅଲୋପି ମନ୍ଦିର ତିରାହା, ଗାଈ ବାଛୁରୀ ତିରାହା, ଜିତି ଜବାହର, ତିନିକୋଣିଆ କୋର୍ଟ, କିଲା ସଙ୍ଗମ ଛକ ପରେ ହନୁମାନ ମନ୍ଦିର ଯାଏଁ କରାଯିବ।

ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, କେନ୍ଦ୍ର ମନ୍ତ୍ରୀ ସାଧ୍ୱି ନିରଞ୍ଜନ ଜ୍ୟୋତି ଓ ନିରଞ୍ଜନ ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାଶନନ୍ଦ ମହନ୍ତ ନରେନ୍ଦ୍ର ଗିରିଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେବାକୁ ପହଞ୍ଚିଛନ୍ତି।

{"id":515857,"sizeSlug":"full","linkDestination":"none"}

କିଛି ସମୟ ପରେ ନରେନ୍ଦ୍ର ଗିରିଙ୍କୁ ଭୂ ସମାଧୀ ଦିଆଯିବ। ତାଙ୍କୁ ସଙ୍ଗମରୁ ପୁଣି ବାଘମ୍ବରୀ ମଠ ଅଣାଯିବ। ସଙ୍ଗମରେ ସମାଧି ପୂର୍ବର ରୀତିନୀତି ପୁରା କରାଯାଇଛି। ତାଙ୍କ ପାର୍ଥିବ ଶରୀରକୁ ସମ୍ମାନ କରାଯାଇଛି। ମଠରେ ଲେମ୍ବୁ ଗଛ ପାଖରେ ସମାଧିସ୍ଥଳ ତିଆରି କରାଯାଇଛି। ତାଙ୍କ ଇଚ୍ଛା ଅନୁସାରେ ଏହି ସ୍ଥାନରେ ତାଙ୍କୁ ସମାଧି ଦିଆଯିବ। ୧୩ ଆଖଡ଼ାର ପ୍ରତିନିଧି ମଠରେ ଉପସ୍ଥିତ ଅଛନ୍ତି। ମଠରେ ବହୁ ସଂଖ୍ୟାରେ ସାଧୁ ସନ୍ଥ ମଧ୍ୟ ଉପସ୍ଥିତ ଅଛନ୍ତି ।

ମହନ୍ତ ନରେନ୍ଦ୍ର ଗିରିଙ୍କୁ କିଛି ସମୟରେ ଭୂ ସମାଧି ଦିଆଯିବ। ତାଙ୍କୁ ସଙ୍ଗମରୁ ବାଘମ୍ବରୀ ନିଆଯାଉଛି। ସଙ୍ଗମରେ ସମାଧି ପୂର୍ବର ବିଧି ପୁରା କରାଯାଇଛି। ତାଙ୍କ ପାର୍ଥିବ ଶରୀରକୁ ସ୍ନାନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.