Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ମରିବା ପୂର୍ବରୁ ମୋବାଇଲରେ ଭିଡିଓ ରେକର୍ଡ କରିଥିଲେ ମହନ୍ତ ନରେନ୍ଦ୍ର ଗିରି: ନେଇଥିଲେ ଆନନ୍ଦ, ଆଦ୍ୟା ଓ ସନ୍ଦୀପଙ୍କ ନାଁ

22/09/2021 at 9:29 PM

ପ୍ରୟାଗରାଜ ୨୨/୦୯ : ବୁଧବାର ଦିନ ମହନ୍ତ ନରେନ୍ଦ୍ର ଗିରି ଆତ୍ମହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଥିଲା। ସିଜେଏମ୍ କୋର୍ଟରେ ମହନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ସହିତ ତାଙ୍କ ମୋବାଇଲରେ ମିଳିଥିବା ଏକ ଭିଡିଓ ବିଷୟରେ ପୋଲିସ ସୂଚନା ଦେଇଛି। ପୋଲିସ କହିଛି ଯେ ନରେନ୍ଦ୍ର ଗିରି ମୃତ୍ୟୁ ପୂର୍ବରୁ ଏକ ଭିଡିଓ ରେକର୍ଡ କରିଛନ୍ତି ଏବଂ ଏହି ଭିଡିଓରେ ସେ ତିନି ଅଭିଯୁକ୍ତ ଆନନ୍ଦ ଗିରି, ଆଦ୍ୟା ତିୱାରୀ ଏବଂ ସନ୍ଦୀପ ତିୱାରୀଙ୍କ ନାଁ ନେଇଛନ୍ତି। ସେ ଭିଡିଓରେ କହିଛନ୍ତି ଯେ ଏମାନେ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛନ୍ତି।

ପୋଲିସ ସୂତ୍ର ଅନୁଯାୟୀ, ବର୍ତ୍ତମାନ ମୋବାଇଲକୁ ସିଲ୍ କରାଯାଇଛି ଏବଂ ଭିଡିଓ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ପୋଲିସ ପାଖରେ ସୁରକ୍ଷିତ ଅଛି।

ଏଥି ସହିତ ସିଜେଏମ୍ କୋର୍ଟରେ ଉପସ୍ଥାପିତ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ନରେନ୍ଦ୍ର ଗିରିଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ମିଳି ନାହିଁ। ସେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି। ରିପୋର୍ଟରେ ଫାଶୀ କଥା ମଧ୍ୟ କୁହାଯାଇଛି। ତାଙ୍କ ବେକରେ ଏକ ଭି ଆକୃତିର ଚିହ୍ନ ଦେଖିବାକୁ ମିଳିଛି, ଯାହା ଫାଶୀ କାରଣରୁ ହୋଇଥାଏ। ଏଥିରୁ ପୋଲିସ କିଛି ମାତ୍ରାରେ ସ୍ପଷ୍ଟ କରିଛି ଯେ ନରେନ୍ଦ୍ର ଗିରି ଆତ୍ମହତ୍ୟା କରିଛନ୍ତି ଏବଂ ଫାଶୀ ହେତୁ ତାଙ୍କ ମୃତ୍ୟୁ ଘଟିଛି।

ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ, ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଅପରାହ୍ନ ୩ଟାଉ ରୁ ସାଢେ ୩ଟା ମଧ୍ୟରେ ଘଟିଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଖାଦ୍ୟ ଖାଇବା ପରେ ବିଶ୍ରାମ ନେବାକୁ ଯାଇଥିବା ନରେନ୍ଦ୍ର ଗିରି ପ୍ରଥମେ ଭିଡିଓ ପ୍ରସ୍ତୁତ କରିଥିଲେ ଏବଂ ପରେ ସୁଈସୁଇଡ ନୋଟ୍ ଲେଖି ଆତ୍ମହତ୍ୟା କରିଛନ୍ତି। ଯେତେବେଳେ ସେ ଦୀର୍ଘ ସମୟ ଧରି ବାହାରକୁ ଆସିଲେ ନାହିଁ, ସେତେବେଳେ ତାଙ୍କ ଶିଷ୍ୟମାନେ କବାଟ ଭାଙ୍ଗି ଦେଖିଲେ ଯେ ମହନ୍ତ ଫ୍ୟାନରେ ଏକ ଦଉଡି ଲଗାଇ ଝୁଲୁଛି। ଏହା ପରେ ପୋଲିସକୁ ସୂଚନା ଦିଆଯାଇଥିଲା। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

   Related Posts