Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||

‘ଭୂମିପୂଜନ ଦିନ ରାମ ନାମ ଜପ’-ଅସଦୁଦ୍ଦିନ ଓୱେସୀଙ୍କୁ ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ଗିରି ଦେଲେ ଉପଦେଶ

29/07/2020 at 5:31 PM

ଅଯୋଧ୍ୟା ୨୯/୦୭ : ଅଯୋଧ୍ୟାରେ ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ଭୂମିପୂଜନ ହେବ | ଭୂମିପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବାକୁ ନେଇ ପ୍ରଶ୍ନ ଉଠାଇଥିଲେ ଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସୀ | ଓୱେସୀଙ୍କ ଉପରେ ସାଧୁ ସନ୍ଥଙ୍କ ସବୁଠାରୁ ବଡ ସଂସ୍ଥା ଅଖିଳ ଭାରତୀୟ ଆଖଡ଼ା ପରିଷଦ ଓଲଟା ଟାର୍ଗେଟ କରିଛି | ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି କହିଛନ୍ତି ଯେ ଓୱେସୀଙ୍କୁ ସନାତନ ଧର୍ମୀଙ୍କ ଆସ୍ଥା ଉପରେ ପ୍ରଶ୍ନ କରିବାର କୌଣସି ଅଧିକାର ନାହିଁ | ସେ ବୁଝିବା ଦରକାର ଯେ ନରେନ୍ଦ୍ର ମୋଦି ପ୍ରଥମେ ଜଣେ ହିନ୍ଦୁ, ପରେ ଦେଶର ପ୍ରଧାନମନ୍ତ୍ରୀ | ମହନ୍ତ ନରେନ୍ଦ୍ର ଗିରି କହିଛନ୍ତି ଯେ ଓୱେସୀ ସବୁ କଥାରେ ରାଜନୀତି କରନ୍ତି ଓ ତାଙ୍କୁ ଦେଶରେ ହେଉଥିବା କୌଣସି ବି ଶୁଭ କାର୍ଯ୍ୟ ପସନ୍ଦ ଆସେନାହିଁ | ମହନ୍ତ ଓୱେସୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ତାଙ୍କୁ ୫ ତାରିଖରେ ଭୂମିପୂଜନ କାର୍ଯ୍ୟକ୍ରମ ଲାଇଭ ଦେଖିବା ସହ ରାମ ନାମ ଜପ କରିବା ଉଚିତ | ୫ ତାରିଖ ଦିନ ଓୱେସୀ ଆଲ୍ଲା ନାମ ଜପ ସହ ରାମ ନାମ ମଧ୍ୟ ଜପ କରିବା ଉଚିତ |

ମହନ୍ତ ନରେନ୍ଦ୍ର ଗିରିଙ୍କ ଅନୁଯାୟୀ, ଓୱେସୀ ନା ନିଜ ଧର୍ମକୁ ଭଲ ଭାବେ ଜାଣିଛନ୍ତି ନା ସନାତନ ଧର୍ମକୁ | ସେ କେବଳ ଦେଶର ପରିବେଶ ଖରାପ କରିବାରେ ଲାଗିଛନ୍ତି | ସନାତନ ଧର୍ମୀଙ୍କ ପାଇଁ ସର୍ବ ପ୍ରଥମ ହେଲା ଧର୍ମ ଓ ପ୍ରଭୁ ଶ୍ରୀରାମ, ସମ୍ବିଧାନ ପରେ | ସେ କହିଛନ୍ତି ସେ ସମ୍ବିଧାନ ଉପରେ ଆସ୍ଥା ରଖନ୍ତି ଏବଂ ସମ୍ମାନ ମଧ୍ୟ କରନ୍ତି କିନ୍ତୁ ସମ୍ବିଧାନ ଭଗଵଂ ଶ୍ରୀରାମଙ୍କ ଉର୍ଦ୍ଧ୍ବରେ ହୋଇପାରିବ ନାହିଁ | ରାମ ମନ୍ଦିର ପ୍ରତିଷ୍ଠା ନେଇ ସାରା ଦେଶରେ ଖୁସିର ମାହୋଲ ରହିଛି ଓ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସମ୍ବିଧାନ ଉଲଙ୍ଘନ ହେବନାହିଁ | କାରଣ ମନ୍ଦିର ନିର୍ମାଣ ସୁପ୍ରିମକୋର୍ଟଙ୍କ ଫଇସଲା ଆଧାରରେ ହେଉଛି |

ସୂଚନାଯୋଗ୍ୟ ଯେ, ଆସନ୍ତା ୫ ତାରିଖରେ ରାମ ମନ୍ଦିର ଭୂମିପୂଜନରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହେବା ନେଇ ଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସୀ ପ୍ରଶ୍ନ କରିଥିଲେ | ଏହା ସମ୍ବିଧାନ ଶପଥ ବିରୋଧୀ ବୋଲି ସେ କହିଥିଲେ | ଓୱେସୀଙ୍କ ଏହି ମନ୍ତବ୍ୟ ପରେ ମହନ୍ତ ନରେନ୍ଦ୍ର ଗିରି ଏହିଭଳି ଜବାବ ରଖିଛନ୍ତି |

   Related Posts