Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ଦେହାନ୍ତ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର

20/09/2021 at 7:36 PM

ପ୍ରୟାଗରାଜ ୨୦।୦୯: ଆଖଡା ପରିଷଦର ସଭାପତି ନରେନ୍ଦ୍ର ଗିରିଙ୍କ ସୋମବାର ଦେହାନ୍ତ ଘଟିଛି। ଏଠାରେ ବାଘମବରି ମଠରେ ଫାଶିରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଶରୀର ମିଳିଛି। ବର୍ତ୍ତମାନ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ତାଙ୍କର ସନ୍ଦିଗ୍ଧ ମୃତ୍ୟୁ ଘଟିଥିବା ଅଧିକାରୀ କହିଛନ୍ତି। ମଠରେ ଯାତାୟତ ଉପରେ ରୋକ୍ ଲଗାଇ ଦିଆଯାଇଛି। ମହନ୍ତ ନରେନ୍ଦ୍ର ଗିରି ଆତ୍ମହତ୍ୟା କରିଥିବା କୁହାଯାଉଛି। ଆଇଜି କେପି ସିଂହ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ପୋଲିସ ଅନୁଯାୟୀ, ଆଖଡା ପରିଷଦର ସଭାପତି ତଥା ବାଘମ୍ବରୀ ମଠରେ ମହନ୍ତଙ୍କ ଶରୀର ଫାଶିରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି। ଯେଉଁଠି ମହନ୍ତଙ୍କ ମୃତଶରୀରରେ ଫାଶିରେ ଝୁଲୁଥିବା ଦେଖିବାକୁ ମିଳିଛି ତାର ଚାରିପଟ ଦ୍ଵାର ବନ୍ଦ ଥିବା ପୋଲିସ କହିଛି। ପ୍ରାରମ୍ଭିକ ତଦନ୍ତରେ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି।

ଘଟଣାସ୍ଥଳକୁ ଫରେନସିକ୍ ଟିମ୍ ପହଞ୍ଚି ସାରିଛନ୍ତି। ବଡ ସଂଖ୍ୟାରେ ପୋଲିସ ବଳ ଘଟଣାସ୍ଥଳରେ ମୁତୟନ କରାଯାଇଛି। ତାଙ୍କ ମୃତ୍ୟୁର କାରଣ ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇ ନାହିଁ। ପୋଲିସ ଉକ୍ତ ଅଞ୍ଚଳକୁ ସିଲ୍ କରି ତଦନ୍ତ ଚଳାଇଛି।

ମହନ୍ତ ନରେନ୍ଦ୍ର ଗିରିଙ୍କ ନିକଟରୁ ଏକ ସୁଇସାଇଟ୍ ନୋଡ୍ ମଧ୍ୟ ପୋଲିସକୁ ମିଳିଛି। ଏଥିରେ ମହନ୍ତ ମାନସିକ ଚାପରେ ଥିବା ଉଲ୍ଲେଖ ରହିଛି। କୁହାଯାଉଛି ମହନ୍ତ ଗତ କିଛି ଦିନ ଧରି ମାନସିକ ଦୁଶ୍ଚିନ୍ତାରେ ଥିଲେ। ତାଙ୍କର ହତ୍ୟା କରାଯାଇଥିବା କଥାକୁ ପୋଲିସ ଖଣ୍ଡନ କରିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିକୋଣରୁ ଇଲାକାରେ ପୋଲିସ ବଳ ମୁତୟନ କରାଯାଇଛି।

ସୂଚନା ଅନୁଯାୟୀ, ମହନ୍ତ ନରେନ୍ଦ୍ର ଗିରିଙ୍କ ନିଜର ଜଣେ ଶିଷ୍ୟ ଆନନ୍ଦ ଗିରିଙ୍କ ସହ ବିବାଦ ଚାଲିଥିଲା। ହେଲେ କିଛି ଦିନ ତଳେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ସମାଧାନ ହୋଇ ଯାଇଥିଲା। ଶିଷ୍ୟ ଜଣକ ମହନ୍ତଙ୍କୁ କ୍ଷମା ମଧ୍ୟ ମାଗିଥିଲେ। ହେଲେ ତାଙ୍କର ଅଚାନକ ମୃତ୍ୟୁ ଘଟଣା ସଭିଙ୍କୁ ସ୍ତମ୍ଭୀଭୂତ କରିଛି।

   Related Posts