Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହଙ୍ଗା ପଡିଲା କରୋନା ଆକ୍ରାନ୍ତଙ୍କ ଫଟୋ ଭାଇରାଲ, ଜଣେ ମହିଳା ସମେତ ତିନି ଗିରଫ

2/04/2020 at 9:52 AM

ଭଦ୍ରକ ୦୨।୦୪: କରୋନା ଭୂତାଣୁ ସଂକ୍ରମିତ ଯୁବକଙ୍କ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ମଙ୍ଗଳବାର ଦିନ ରାଜ୍ୟର ଚତୁର୍ଥ କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଥିଲା । ଆକ୍ରାନ୍ତ ବ୍ୟକ୍ତି ଜଣକ ଭଦ୍ରକ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା । ହେଲେ ସଂପୃକ୍ତ ଯୁବକ କିଏ । ଏ ନେଇ ସହରବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ସୋସିଆଲ୍‌ ମିଡିଆରେ କେତେକ ଫଟୋ ଭାଇରାଲ ହୋଇଥିଲା ।

ଏହି ବ୍ୟକ୍ତିମାନେ କରୋନା ଆକ୍ରାନ୍ତ ବୋଲି ପ୍ରଚାର କରାଯାଇଥିଲା । ନିୟମାନୁଯାୟୀ କୌଣସି କରୋନା ସଂକ୍ରମିତଙ୍କ ସମ୍ପର୍କରେ ମିଥ୍ୟା ତଥ୍ୟ ଓ ଫଟୋ ପ୍ରକାଶ କରିବା ଦଣ୍ଡନୀୟ ଅପରାଧ । ଏହି ଆଧାରରେ ବୁଧବାର ଭଦ୍ରକ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା । ଏହା ବ୍ୟତୀତ ଲକଡାଉନ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଭଦ୍ରକ ପୁଲିସ ବୁଧବାର ୨ ଜଣଙ୍କୁ ଗିରଫ କରିଛି । କରୋନାକୁ ନେଇ ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭଦ୍ରକ ଏସ୍‌ପି ରାଜେଶ ପଣ୍ଡିତ୍‌ ସୂଚନା ଦେଇଛନ୍ତି।

   Related Posts